ଆସିଲାଣି ପୁଣି ରଜ ,
ତୋଟାମାଳେ ଦୋଳି ହେଲାଣି ସଜ ଲୋ
କରିବା ଭାରି ମଉଜ ।

ରଜ ସଜବାଜ ହୋଇ ,
ବୁଲିବା ପାଦରେ ଅଳତା ନାଇ ଲୋ
କଦଳୀ ପାଟୁକା ଦେଇ ।

ଖାଇ ଆମେ ପୋଡ଼ପିଠା ,
ଦୋଳି ଝୁଲିବାକୁ ଯିବାଟି ତୋଟା ଲୋ
ପାନ ଖଣ୍ଡ ଭାରି ମିଠା ।

ଗାଇ ରଜ ଦୋଳି ଗୀତ ,
ଝୁଲିବା ବଉଳ ,ସଙ୍ଗାତ ,ମିତ ଲୋ
ହରଷ ହୋଇବ ଚିତ୍ତ ।

ବରଷକେ ଆସେ ପର୍ବ ,
ଆମ ରାଇଜର ଅଟେ ଏ ଗର୍ବ ଲୋ
ନାଶେ ଭେଦା ଭେଦ ସର୍ବ ।

ଗ୍ରାମବାସୀଙ୍କ ଠୁଁ ଦେଖି ,
ସହରର ଲୋକ ଗଲେଣି ଶିଖି ଲୋ
ପରବଟି ମନଲାଖି ।

ମାମୁରିଆ ,ଛେଣ୍ଡିପଦା, ଅନୁଗୋଳ ।