ପଡ଼ିଗଲି ଦୁଲକରି - ବି. ନିରୁପମା

ପଡ଼ିଗଲି ଦୁଲକରି - ବି. ନିରୁପମା



ଇଲୋ ମୋ ବୋଉ ଲୋ,ଗଲି ମୁଁ ପଡ଼ି,
କେଡ଼ୁଟେ ଖଣ୍ଡିଆ ହୋଇଛି ଛିଡ଼ି--
   ହେଉଅଛି ଭାରି କଷ୍ଟ ; 
ଥାକରୁ ଆଚାର ଚୋରି କରୁ କରୁ
ଡବା ଗଡ଼ି ହେଲା ନଷ୍ଟ ।

 ବୋଉ କହିଥିଲା ଆକଟ କରି ,
ଏ ଖଟାରେ ଅମ୍ଳ ରହିଛି ଭରି--
     କହିଛନ୍ତି ଡାକତର ;
ଖାଇବୁନି ଜମା ଲୁଚାଇ ତୁ 'ଲୁନା'
ଖରାପ ହେବ ଶରୀର ।

କିଛି ଦିନ ତଳେ କାଟିଲା ପେଟ ,
ବାପା ନେଇଗଲେ ଡାକ୍ତର ପାଖ--
      ଖାଇଥିଲି ଅଉଷଧ ;
ମନାକରି ସିଏ କହିଥିଲେ ମୋତେ
ଖାଇବୁନି ଖଟା ଚିଜ ।

ମାମୁନି,ପାପୁନୁ ଆଚାର ଖାଇ ,
ଟାକରା ଫୁଟାଇ ଆସିଲେ ଧାଇଁ--
      ତେଣୁ ଇଚ୍ଛା ହେଲା ଭାରି ;
ଷ୍ଟୁଉଲରେ ଚଢ଼ି ଥାକରୁ କାଢ଼ିଲି
ପଡ଼ିଗଲି ଦୁଲକରି ।

ମୋ ଭଲ ପାଇଁକି କହିଛି ବୋଉ ,
କରିବିନି ଭୁଲ ଏମିତି ଆଉ--
      ମନା ହୋଇଛି ଯା' ମୋତେ ;
ଲୋଭକରି ଜମା  ଖାଇବି ନାହିଁ ମୁଁ
ଭୋଗିବିନି କଷ୍ଟ ଏତେ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।

0 Comments