ନିଦାଘ - ସୁଧାକର ସେଠୀ

ନିଦାଘ - ସୁଧାକର ସେଠୀ

ଥରି ଉଠୁଛି ହୃଦୟତନ୍ତ୍ରୀ
ଦେଖି ଗିରିଷମ ଝାଞ୍ଜି
ଶୀତଳ ପରସ ଖୋଜୁଛି ଶରୀର
ନିଦାଘ ତପତେ ଭିଜି

ନଦୀ ନାଳ ସବୁ ଗଲାଣି ଶୁଖି
ମାଟିରେ ରହୁନି ପାଦ
କାଳିଆ କସରା ଝାଉଁଳା ଦିଶନ୍ତି
ଭାଗ୍ୟ ହେଲାଣି ମୋ ବାମ

ପିଇଥିଲି ଯା ମୁନ୍ଦେ ତୋରାଣି
ଆଉକି ଅଛି ପେଟରେ
ପାରିବିନି ଆଉ ଗୋଡ ଉଠୁନାହିଁ
ନିଦାଘ କଷଣ ବଢେ

ଟାଇଁଟାଇଁ ଖରା ଦେହ ସହୁନାହିଁ
କେମିତି ବିତିବ ଦିନ
ବରଷା ହେଲାଣି ସାତସପନ ଲୋ
ନାହିଁ ତାର ଚିହ୍ନବର୍ଣ୍ଣ

ଗଛବୃଛ ସବୁ ହେଲାଣି ଥୁଣ୍ଟା
ସହି ଗୀରିଷମ ମାଡ
ପବନତ ନୁହଁ ନିଆଁ ହୁଳା ସବୁ
ଜୀବନ ହୁଏ ବିକଳ

ରାତି ଅଧଯାଏ ରହୁଛି ତାତି
ଭାଟିରେ ଯେସନ ରୋଟି
ପରସ୍ତପରସ୍ତ ଚମଡା ଯାଏ ଉତୁରୀ
ଆତ୍ମାକୁ ମିଳୁନି ଶାନ୍ତି

ପର୍ବ ପର୍ବାଣୀରେ ଖୁସି ହୁଏ ମନ
ନିଦାଘ ହୁଏ ମଳିନ
ସାଇଭାଇ ଝିଅ ଝିଆଣିଙ୍କ ସାଥେ
ଖୁସିରେ ବିତଇ ଦିନ

ପଣାସଙ୍କରାନ୍ତି ପରବ ନିଆରା
ମାତନ୍ତି ପଲ୍ଲୀବାସୀ
ଚନ୍ଦନ ଚାପରେ ଗୋବିନ୍ଦକୁ ଦେଖି
ମନରେ ଖେଳଇ ଖୁସି

ତତଲା ବାଆକୁ ଟାଇଁଟାଇଁ ଖରା
ବିକଳେ ବିତଇ ଦିବସ
ନିଦାଘ କଷଣ ସହି ହେଉନାହିଁ
ଅପେକ୍ଷା ବରଷାର ପରଶ
       🌹🌹🌹
ଜମ୍ବେଶ୍ବରପୁର, ବାଲେଶ୍ବର

0 Comments