ମୋ ଗାଁ ମୋ ମାଟି - ସୁଧାକର ସେଠୀ

ମୋ ଗାଁ ମୋ ମାଟି - ସୁଧାକର ସେଠୀ

ଡାକୁଛି ଗାଁ ଡାକେ ମାଟି ମା
ସରଗ ସମ ତା ରୂପ
ଯେତେ ଦୁରେ ଯିଏ ରହିଲେବି
ଭୂଲି ହୁଏନି ତା ଥାଟ

ପିଲାଦିନ ମୋର ବିତିଛି କୋଳେ
ଦେଇଛି କେତେ ମମତା
ଆଦ୍ୟ ଯୌବନ ଉଦ୍ଦାମତାରେ
ଭରିଛି ସ୍ବପ୍ନର ମଧୁରତା

ପୂନେଇପରବେ ହୁଏ କେତେ ଯେ ସଜେଇ
ସତେକି  ସେ ନବ ବଧୁ
ଦୁର ଦିଗବଲୟେ ସିନ୍ଦୁରା ଫାଟିଲେ
ଝରିପଡେ ପ୍ରୀତିର ମୁକୁତା ବିନ୍ଦୁ

ଗୋଧୁଳି ଲଗନେ ଗୋଗୋଷ୍ଟର ଧୂଳି
ଦେହେ ବୋଳିଦିଏ ଚନ୍ଦନ
ଯୋତେ ଖୋଜିଲେବି ସେ ମହକ କାହିଁ
ପରବାସେ ସେତ ସାତସପନ

ଗାଁ ପାଟ ପାରିହେଲେ ସବୁଜ ବନାନୀ
ନଦୀକୂଳେ ଧାନ ଖେତ
କଟୀ ମେଖଳା ସଦୃଶ ଦିଶିଯାଏ ରୂପ
ଶୁଭେ କୁଳୁକୁଳୁ ତାର ଗୀତ

ଦେବାଳୟ  ଘଣ୍ଟି ଶୁଭିଲାଣି ଦେଖ
ନୀଡକୁ ଫେରିଲେ ପକ୍ଷୀ
ପୋଖରୀ ତୁଠରେ ଗାଁ ମାଇପେ
ଉଭା କାଖରେ କଳସୀ ରଖି

ଯେତେ ଭୂଲିଲେବି ସେ ଚିତ୍ରପଟ୍ଟ
ଆସେ ସେ ମନେ ନିଇତି
ଗାଁର ମହକ ମାଟିର ସେ ଡାକ
ସଦା ହୃଦେ ଥାଉ ଏମିତି
🌹🌹🌹🌹🌹🌹🌹
ଭିନ୍ନକ୍ଷମ ଜାତୀୟ କ୍ରୀଡାବିତ
ଜମ୍ବେଶ୍ବରପୁର, ବାଲେଶ୍ବର
ଦୁରଭାଷ- ୯୩୩୭୬୮୧୫୨୪

0 Comments