ମାଉସୀ ....ମାଉସୀ ...... ଶବ୍ଦ ଶୁଣି ଚଳ ଚଞ୍ଚଳ ହୋଇ ଉଠେ 'ଚଞ୍ଚଳା' । ପ୍ରତିଦିନ କୁନି କୁନି ଶିଶୁ ମାନଙ୍କର ମିଠା ମିଠା ମାଉସୀ ଡ଼ାକ ତା' ଅତୀତର ଦୁଃଖକୁ ଉଜ୍ଜୀବିତ କରେ ନାହିଁ । ଶିଶୁ ସେବାକୁ ବ୍ରତ କରି ପାଦ ଥାପି ନ ଥିଲା ସେ ଏଇ '' ବିଶ୍ଵରୂପା ବିଦ୍ୟା ନିକେତନ'' ରେ ।  ସମୟ କ୍ରମେ ସେ ଶିଶୁ ସେବାକୁ ତା' ଜୀବନର ଅଂଶ କରି ନେଇଛି । ଗ୍ରୀଷ୍ମାବକାଶର ଛୁଟି ଦିନ ଗୁଡ଼ିକ ତାକୁ ଗୋଟିଏ ଗୋଟିଏ ଯୁଗ ଭଳି ଲାଗୁଛି ।  କାହିଁକି କେଜାଣି ଅତୀତର ଦୁଃଖଦ ମୂହୁର୍ତ୍ତ ବାରମ୍ବାର ମନ ପଡ଼ୁଛି ଆଜି ଛଞ୍ଚଳାର । 

ସେଦିନ ଥାଏ ଚୈତ୍ର ପୂର୍ଣିମା । ଚଞ୍ଚଳା ତା'ର ପୁଅ ରାହୂଲ୍ ଓ ଝିଅ ରୋମାଲି ସହ ଶୋଇ ଥାଏ । ମଧ୍ୟରାତ୍ରି .. କବାଟକୁ ଆଘାତ ଦେଇଛି ତା'ର ମଦ୍ୟପ ସ୍ଵାମୀ ସୋମନାଥ ।  ଚଞ୍ଚଳା ନିଦରୁ ଉଠି ଆଖି ମଳି ମଳି କବାଟ ଖୋଲିଛି ।  ପ୍ରତିଦିନ ପରି ସେଦିନ ମଦ ନିଶାରେ ନିସ୍ତୁକ ପିଟିଛି ତାକୁ ତା'ର ସ୍ଵାମୀ । ଚଞ୍ଚଳା ଦୁଇ ଛୁଆକୁ ଦୁଇ ହାତରେ କାଖେଇ ଆଗକୁ ବଢ଼ିଛି ।  ସଂସାର ପ୍ରତି ମୋହ ତୁଟାଇ ଦୁଇ ଛୁଆ ସହ ଡେଇଁ ପଡ଼ିଛି ଅଗଣାରେ ଥିବା କୁଅ ଭିତରକୁ । ଭାଗ୍ୟର ଆଗରେ ମଣିଷ ହାର ମାନିବାକୁ ବାଧ୍ୟ ।  ଛୁଆ ଦୁଇଟି ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି କିନ୍ତୁ ବଞ୍ଚିଯାଇଛି ଚଞ୍ଚଳା । 

ତୁଣ୍ଡ ବାଇଦ ସହସ୍ର କୋଶ ..........ଖବର ପାଇ ସୁଦୂର ସାଲେପୁରରୁ ତା'ର ଭାଇ ଭାଉଜ ଆସିଛନ୍ତି ଆଉ ସାଙ୍ଗରେ ନେଇ ଯାଇଛନ୍ତି ଛଞ୍ଚଳାକୁ । ପରିଚାଳନା ସମିତି ସହ କଥା ହୋଇ ଛଞ୍ଚଳା ଗ୍ରହଣ କରିଛି ସେବିକା ଦାୟିତ୍ଵ ।  ଆଜି ସେ ସବୁରି ଆଦରର ''ମାଉସୀ'' ଏ ସବୁ ମନେ ପକାଇ ଆଖିରୁ ଲୁହ ଝରି ଶୁଖିବାକୁ ଆସିଲାଣି କେତେବେଳେ ସେ କଥା ଜାଣି ପାରିନି ଛଞ୍ଚଳା । 


Writer's Details: ସୂର୍ଯ୍ୟ ମାଝୀ, ନୟାଗଡ଼
Content Category:
Submission Date: Jun 15, 2019