ମନ ପବିତ୍ର ଥିଲେ ଗଡ଼ିଆ ଗଙ୍ଗା - ନରେନ୍ଦ୍ର ପ୍ରସାଦ ବେହେରା

ମନ ପବିତ୍ର ଥିଲେ ଗଡ଼ିଆ ଗଙ୍ଗା - ନରେନ୍ଦ୍ର ପ୍ରସାଦ ବେହେରା

ବହୁଦିନ ତଳେ ଦଳେ ଲୋକ ତୀର୍ଥ ଯାତ୍ରାରେ ଯାଉଥିବା ବେଳେ ବାଟରେ ସନ୍ଥ ତୁଳାରାମଙ୍କ ସହ ଦେଖା ହେଲେ । ତୀର୍ଥ ଯାତ୍ରାରେ ଯିବାଲାଗି ସେମାନେ ତୁଳାରାମଙ୍କୁ ଡାକିଲେ । ମାତ୍ର ତୁଳାରାମ ଯିବାପାଇଁ ମନାକଲେ । ସନ୍ଥ ତୁଳାରାମ ସେହି ତୀର୍ଥଯାତ୍ରୀଙ୍କ ହାତରେ ଏକ କଖାରୁ ଦେଇ କହିଲେ   ତୁମେମାନେ ଏହି ପରିବାଟିକୁ ସାଥିରେ ନେଇଯାଅ । ତୁମେମାନେ ଯେଉଁଠି ତୀର୍ଥ କରିବ ମୋର ଏହି କଖାରୁକୁ ମଧ୍ଯ ତୀର୍ଥ କରାଇବ । ହଁ ମନେରଖ ତୀର୍ଥରୁ ଫେରିଲାବେଳେ ମୋତେ ମୋ କଖାରୁଟିକୁ ଦେଇଯିବ । ସନ୍ଥ ତୁଳାରାମଙ୍କ କଥାମାନି ତୀର୍ଥଯାତ୍ରୀ ଦଳ ତାଙ୍କଠାରୁ ସେହି କଖାରୁଟିକୁ ନେଇ ଚାଲିଗଲେ । ସେମାନେ ଯେଉଁ ସ୍ଥାନକୁ ଗଲେ ସେଠାରେ କଖାରୁର ପୂଜା କରାଇଲେ । ତୀର୍ଥଯାତ୍ରା ଫେରିଲାବେଳକୁ କଖାରୁଟିକୁ ସନ୍ଥ ତୁଳାରାମଙ୍କୁ ଫେରାଇଦେଲେ । ତୁଳାରାମ ସେହି କଖାରୁକୁ ତରକାରୀ କରି ତୀର୍ଥଯାତ୍ରୀ ମାନଙ୍କୁ ଖାଇବାକୁ ଦେଲେ । ସମସ୍ତ କଖାରୁ ତରକାରୀ ପାଟିରେ ପୁରାଇବା ମାତ୍ରେ ଥୁ ଥୁ କରି ଫୋପାଡ଼ି ଦେଲେ । ଖତରା ଲାଗୁଥିବା କଖାରୁ ଖାଇବାକୁ ଦେଇଥିବାରୁ ସେମାନେ ତୁଳାରାମଙ୍କ ନିକଟରେ ଅଭିଯୋଗ କଲେ । ଅଭିଯୋଗ ଶୁଣି ତୁଳାରାମ କହିଲେ କଖାରୁ ଖତରା ହେଲା କିପରି ଏହାତ ତୀର୍ଥ କରି ଫେରିଛି ।  ପୂଣ୍ଯ ବଳରେ କଖାରୁର ମିଠା ହେବା କଥା । 
    
ତୁଳାରାମଙ୍କ ଏପରି କଥା ଶୁଣି ତୀର୍ଥଯାତ୍ରୀ ଦଳ ତାଙ୍କ ଉଦ୍ଦେଶ୍ୟ ବୁଝିପାରୁଥିଲେ । ସେମାନେ କେବଳ ତୀର୍ଥଯାତ୍ରା କରିଛନ୍ତି କିନ୍ତୁ ନିଜ ମନ ଏବଂ ସ୍ବଭାବ ପରିବର୍ତ୍ତନ କରି ନାହାଁନ୍ତି । ଏଥର ତୁଳାରାମ କହିଲେ ତୀର୍ଥଯାତ୍ରା କେବଳ ପର୍ଯ୍ୟଟନ ନୁହେଁ ବରଂ ନିଜ ମନ ଭିତରେ ଥିବା ବିକାର ଭାବ ତ୍ଯାଗ କରିବା ଏବଂ ଅନ୍ଯପ୍ରତି ପ୍ରେମ ଭାବ ଜାଗ୍ରତ କରିବା ।

ସଂଗ୍ରାହକ - ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

0 Comments