କହିଦିଅ ଥରେ ମୁହଁ ଖୋଲି - ଶିବ ଚରଣ ମହାପାତ୍ର

କହିଦିଅ ଥରେ ମୁହଁ ଖୋଲି - ଶିବ ଚରଣ ମହାପାତ୍ର

ଯେବେ..
ତୁମ ଟୋପାଏ ଲୁହ ର ବନ୍ୟା ରେ
ମୋ ସୁଖ ର ସଂସାର ଭାସୁଥିଲା..
ତୁମ ଚେନାଏ ହସର ଜ୍ୱୋତ୍ସା ରେ
ଫଗୁଣ ର ରଙ୍ଗ ଝରୁଥିଲା..
ତଥାପି..
ତୁମ ଅବୁଝା ମନ ର ଗଳି ବାଟେ
ମୋ ଶବ୍ଦ ର ପ୍ରଭାବ କମ୍ ହେଲା..
ତେବେ କହିଦିଅ ଥରେ ମୁହଁ  ଖୋଲି
ସିଏ ପ୍ରେମ ନୁହେଁ ତ କଣ ଥିଲା..??

ତୁମ ଆଖି ପଲକ ରେ ନାଚୁଥିଲି
ତୁମ ବାହୁ ବନ୍ଧନ ରେ ଝୁଲୁଥିଲି..
ତୁମ ପ୍ରେମ ପିଆଲା ରେ ଭରିହେଇ
କେତେ କେତେ ରାତି
ତୁମ ମହୁଲି ନିଶା ମୁଁ ସାଜୁଥିଲି..
ତଥାପି..
ତୁମ କାମନା ନିଶାସକ୍ତ ଶରୀର କୁ
ମୋ କଣ୍ଟକ ସ୍ପର୍ଶ ବୋଧେ କମ୍ ହେଲା..
ତେବେ କହିଦିଅ ଥରେ ମୁହଁ  ଖୋଲି
ସିଏ ପ୍ରେମ ନୁହେଁ ତ କଣ ଥିଲା..??

ମୋ ଆଶା ଆକାଶ ରେ ମନ ଖୋଲି
ଖୁବ୍ ଉଡୁଥିଲ ଡେଣା ଝାଡି..
ତୁମ କୁନି ପିଲା ମନେ ରାଗ ଅଭିମାନ
ମୋ ହୃଦୟେ ଆଣୁଥିଲା ନଦୀବଢି..
ତଥାପି..
ତୁମ ଆକାଙ୍କ୍ଷା ଆଗରେ ମୋ ବାସ୍ତବତା
ନିକିତି ଓଜନେ କମ୍ ହେଲା..
ତେବେ କହିଦିଅ ଥରେ ମୁହଁ  ଖୋଲି
ସିଏ ପ୍ରେମ ନୁହେଁ ତ କଣ ଥିଲା..??

ଲେଖିବା ତ ଖାଲି ବାହାନା..
ମନ ହୃଦୟରୁ ତୁମ ପ୍ରେମ ଯେତେ
ପୋଛିବାକୁ ଏବେ ବାକି ଥିଲା..
ହେଲେ
ମୋ ଲେଖନୀ ର କାଳି ସ୍ମୃତି କାଗଜ ରେ
ଆକଷର୍ଣ ଭାରି କମି ଗଲା..
ଅଢେଇ ଅକ୍ଷର ପ୍ରେମ ର ରଙ୍ଗ
ତୁମ ପାଇଁ ଅବିର ଖେଳ ହେଲା..
ତେବେ କହିଦିଅ ଥରେ ମୁହଁ  ଖୋଲି
ସିଏ ପ୍ରେମ ନୁହେଁ ତ କଣ ଥିଲା..??

ଶିବ ଚରଣ ମହାପାତ୍ର
ଚକ୍ରଧରପୁର : କେନ୍ଦୁଝର
Sent from my Samsung Galaxy smartphone.

0 Comments