ଏଇତ ଜୀବନ - ଗାୟକ କଳହଂସ ଦୁର୍ଗା ପ୍ରସାଦ ଦାଶ

ଏଇତ ଜୀବନ - ଗାୟକ କଳହଂସ ଦୁର୍ଗା ପ୍ରସାଦ ଦାଶ

କିଏ କହେ ଜୀବନଟା ଶୁଷ୍କ ମରୁଭୂମି
କେ କହେ ଜୀବନ କଣ୍ଟକିତ ବନଭୂମି,
ପୁଣି କେ କହେ ଜୀବନ ପଦ୍ମ ପତ୍ରେ ଢଳଢଳ ନୀର…
ହେଲେ ଏଇତ ଜୀବନ,
ଯହିଁଥାଏ ହସ, ଲୁହ, ସୁଖ, ଦୁଃଖ, ଅମୃତ, ଜହର ||1|
କିଏକହେ ଜୀବନଟା ଅତି ଭୟଙ୍କର
କିଏକହେ ଜୀବନଟା ଦୁଃଖର ସାଗର,
ଏଠି କେତେବେଳେ ଖରା ପୁଣି କେତେବେଳେ ଛାଇ…
ହେଲେ ଏଇତ ଜୀବନ,
ଯହିଁ ଥାଏ ପ୍ରେମ ପୁଣି ପ୍ରତାରଣା, ଜଳୁଥାଏ ପ୍ରତିଶୋଧ ଜୁଇ | |2|
କିଏକହେ ଜୀବନଟା ବଇଶାଖ ସମ
କିଏକହେ ଜୀବନଟା ବସନ୍ତରୁ ବଳି ମନୋରମ,
କିଏକହେ ଜୀବନଟା ଶ୍ରାବଣର ଧାରା…
ହେଲେ ଏଇତ ଜୀବନ,
ଯାହା ଘୃଣା ଆଉ ପ୍ରେମ, ପାଇ ପୁଣି ହଜାଇବା ବେଦନାରେ ଭରା ||3|
କିଏକହେ ଏ ଜୀବନ ଯୁବତୀର ସୁକୋମଳ ଛୁଆଁ
କିଏକହେ ଏ ଜୀବନ ପାପ, ପୁଣ୍ୟ ଜଳୁଥିବା ଧୁଆଁ,
ଭଗ୍ନ ପାନ୍ଥଶାଳା କେବେ, ଭରା ଯଉବନୀ ଆଖିର କିମିଆଁ…
ହେଲେ ଏଇତ ଜୀବନ,
ସୁଖର ପାଉଁଶ ତଳେ ଦିକିଦିକି ଜଳୁଥିବା ବିରହର ନିଆଁ ||4|
-ଦୁର୍ଗା ପ୍ରସାଦ ଦାଶ-

Writer's Details: ଗାୟକ କଳହଂସ ଦୁର୍ଗା ପ୍ରସାଦ ଦାଶ,
ପ୍ରାଧ୍ୟାପକ, ଇଂରାଜୀ ବିଭାଗ, କଲାମ ଶିକ୍ଷାନୁଷ୍ଠାନ ସମୁହ, ଵ୍ରହ୍ମପୁର, ଗଂଜାମ
Content Category:
Submission Date: Jun 17, 2019

1 Comments

  1. ଅଗ୍ନି ସ୍ଫୁଲିଙ୍ଗ ସତ୍ଯ କିନ୍ତୁ ତାର ଦାହିକାଶକ୍ତି ଅଟେ ଅପ୍ରତିହତ,
    ପାଉଁଶତଳେ ଥିଲେ ମଧ୍ଯ ନିମିଷକେ ଦହିଦିଏ କୋଟୀଜନ୍ମ ପାପ।।
    ତାପରେ ଜୀବନ ହୁଏ ଆନନ୍ଦମୟ, ଚୈତନ୍ଯମୟ, ଅନନ୍ତ ଆକାଶସମ ପରିବ୍ଯାପ୍ତ ଓ ଚେତନାରେ ସମୁଜ୍ଜ୍ବଳ ଆଲୋକର ଜ୍ଯୋତିରେଖା
    ଜୟମା ଜୟମା ଜୟମା ଜୟମା ଜୟମା ������������

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।