ଛନ୍ଦାଚରଣ ହେ ଶରଣରକ୍ଷଣ
ବାନା ଆଉ ଏବେ ଉଡୁନାହିଁ କି ?
ଛାର ଭାବି ଅବା ଦୁଃଖ ବେଦନା
ନେବାପାଇଁ ମନ ବଳୁନାହିଁ କି । (୦)

ଛଳ ଛଳ ପରାଣ ମୋର
ଛନ୍ଦା ତୁମ ବେନି ପୟର
ଛନ୍ଦ କାହିଁପାଇଁ ଆହେ ଭାବଗ୍ରାହୀ
ଛଟକେ କରୁଣା ହେବନାହିଁ କି । (୧)

ଛଟପଟ ହୁଏ ପରାଣ
ଛଳ ଛାଡ କର କାରଣ
ଛଳନା ନିବାରି ଆହେ ଦୁଃଖହାରୀ
ଛନ୍ଦିଦିଅ ହୃଦେ ତୋଳିନେଇକି । (୨)

Writer's Details: ରମେଶ ଚନ୍ଦ୍ର ମିଶ୍ର, ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।
Content Category:
Submission Date: Jun 18, 2019