ବିଦଗ୍ଧ କବିତା - ଶିବ ଚରଣ ମହାପାତ୍ର

ବିଦଗ୍ଧ କବିତା - ଶିବ ଚରଣ ମହାପାତ୍ର




🍁ବିଦଗ୍ଧ କବିତା 🍁
××××××××××××××
ଉଆଁସୀ ରାତ୍ରି ର ନିର୍ଜନ ପ୍ରହରେ
ମନେ ଦୀପ ଶିଖା ରଖି
ବହଳ ଅନ୍ଧାର ପ୍ରେମ ରୁ ଆଞ୍ଜୁଳେ
ବଦନରେ ଦେଲି ମାଖି..

ମହମହ ବାସ ଚହଟି ଉଠିଲା
ହୃଦୟ ପ୍ରାଣ କନ୍ଦରେ
ଝର ଝର ପ୍ରିତି ଲେଖନୀ ମୁନ ର
ଝରିଲା ଗାଢ୍ ରଙ୍ଗ ରେ..

ଓଦା ହେଲା ପଂକ୍ତି ଓଦା ହେଲା ମନ
ଓଦା ହେଲା ସେଇ ରାତି
କବିତା ପ୍ରେମ ରେ ଉବୁଟୁବୁ ହେଇ
ଓଦା ହେଲା ମୋର ଛାତି..

ପାହାନ୍ତି ପ୍ରହରେ ଶବ୍ଦ ଆଣିଦେଲା
ଲକ୍ଷେ ଶ୍ରାବଣ ର ରତି
ନିମିଷେ ଭରିଲା ତୃଷାର୍ତ୍ତ ହୃଦୟେ
ଫଗୁଣ ବାଆ ଚଇତି..

ଫୁଟି ଗଲା ଫୁଲ ସ୍ୱର୍ଗ ପାରିଜାତ
ଭାବନା ଗହନ ବନେ
ଆନମନା ହେଲି ଛୁଇଁବାକୁ ତାକୁ
ଧାଇଁଲି ପଛେ ଉଛନ୍ନେ..

ପ୍ରେମୀ ଅଳଙ୍କାର ବଇଁଶୀ ର ସ୍ୱନ
କବିତା ର ହାତ ଟାଣି
ଛନ୍ଦ ର ଘୁଙ୍ଗୁର ଶବଦ ସହିତ
ମନେ ଦେଲା ନିଆଁ ଜାଳି..

ବିଦଗ୍ଧ କଳ୍ପନା ଜାଳିଦେଲା ମନ
ଜଳେ ଅଧୂରା ସପନ
ତା ଅନଳ ଜ୍ଜାଳା ହା-ହୁତାଶନେ
ଗୋପନେ ଜଳିଲା ଜହ୍ନ..

ଶବ୍ଦ ର ପଇରି ଚିତ୍କାର ଶୁଭିଲା
ଆମ ଗାଁ ନଇ ବନ
(ବୋଧେ)କବିତା ଛାତି ରେ ପ୍ରତାରକ କବି
ଆଙ୍କିଲା ବିରହ ଚିହ୍ନ..

କଳଙ୍କିତ ପ୍ରେମ ଉଛୁର ହୋଇଲା
ବଦଳାଇ ନେଲା ସ୍ଥାନ
କେବେ ଥିଲା ଯିଏ ପଂକ୍ତି ପାଖୁଡା ରେ
ଝରୁନି କାଇଁ ଏସନ..

ଆହା ରେ ପ୍ରେମିକ ବିଟାଳ ଭାବୁକ
ଉଜ୍ଜୀବିତ କର ପ୍ରାଣ
ପ୍ରତି ଶବ୍ଦ ରୁ ଝରୁ ଶାନ୍ତି ମୈତ୍ରୀ
ବନ୍ଧୁତ୍ୱ ଶ୍ରଦ୍ଧା ସୁମନ..

ରସାତ୍ମକ ହେଉ ଶବ୍ଦ ର ଅରି
ଶାଣିତ ଲେଖନୀ ମୂନ
ସାହିତ୍ୟ ଜଗତେ ଶବ୍ଦ ର ପରଶ
ମଳୟ ବାହୁ ଚନ୍ଦନ..

ଦଗ୍ଧୀଭୂତ ଚିନ୍ତା ଚେତନା ଗର୍ଭ ରେ
ସାହିତ୍ୟ ସମୀକ୍ଷା ରହୁ
ଯୁଗ ଯୁଗ ପାଇଁ ଧର୍ମର ପଥେ
ସାହିତ୍ୟର ଜୟ ହେଉ...

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.

0 Comments