ପ୍ରିତିନନ୍ଦା..
ଯିବାକୁ ଚାହୁଁଛ ଯେବେ ଫେରିଯାଅ
ଅଣଲେଉଟା ପରୱାନା ଟେ ହୋଇ..
ମୁଦା ଲଫାପା ମୋ ପ୍ରେମ
ତୁମ ସ୍ନାୟୁ ରୁ ରକ୍ତ କଣିକା ଯାଏଁ
ଥିଲା ଦିନେ ଯାହା ଚେଇଁ ଚେଇଁ
ସବୁତକ ପୋଛିନିଅ
ଏକବିଂଶ ଶତାବ୍ଦୀ ର ମହାବାତ୍ୟା ହୋଇ..
ମୁଁ ତ ସମର୍ପି ସାରିଛି..
ହୃଦୟ ର ସାଇତା ପ୍ରେମ କୁ
ତୁମେ ବି ତ
ମୁକ୍ତା ପରି ସାଉଣ୍ଟି  ସାରି ଯତନେ ରଖିଛ
ମନ ସାମୁକା ର ଗର୍ଭ ଗହ୍ବର ରେ..
ଜାଣିଛି..
ତୁମେ ନୀଳ ଆକାଶର ସଫେଦ୍ ଜହ୍ନ ଟେ..
ଯା'ର
ସଫେଦ୍ ହୃଦୟ ଆଉ ସଫେଦ୍ ପ୍ରେମ
ହେଲେ କଳଙ୍କିତ ମନ..
ଆଉ ମୁଁ..
ତୁମ ଜ୍ୱୋତ୍ସା ରେ ଅଧା ଭିଜା
କାକର ଭରା ଦରଫୁଟା ଶିକ୍ତ କଇଁ ଟେ..
ଲୋଡା ନାହିଁ ମୋ ପାଇଁ
ଚାନ୍ଦିନୀ ରାତି ଟେ..
ତଥାପି..
ମୁଁ ଖୁବ୍ ଖୁସି..
ତୁମେ ଏବେବି ହସିପାର..
ନିଷ୍କଳଙ୍କ ମନ ଖୋଲା ହସ
ଅନ୍ଧାର ଛାତିରେ..
ହେଲେ ମୁଁ ..
ଆଜି ବି ଉବୁଟୁବୁ ହୁଏ
ତୁମ ପ୍ରେମ ସ୍ମୃତି ସାଥେ
ମୋ ବନ୍ଦ କୋଠରୀ ଚାରି କାନ୍ଥ ଭିତରେ..
ସେବେଳେ..
ମୋ ଲେଖନୀ ସ୍ପର୍ଶ ରେ
ତୁମେ ପାଷାଣୀ ରୁ ଅହଲ୍ଯା ପାଲଟ..
ଆଉ
ସୁନ୍ଦରୀ ଜହ୍ନ ରୁ ଆନମନା ଶବ୍ଦ ର କୁହାଟ..
ପୁଣି ଥରେ ମୁଁ
ଖୁବ୍ ନିଷ୍ଠାପର ପ୍ରେମ କରେ ପୂର୍ବବତ୍..
କଳଙ୍କିତ ପୁରୁଷ ଟେ ହୋଇ..
ଦୁନିଆ ବଡଦାଣ୍ଡ ରେ
ବଦନାମ ର କଳସ ମୁଣ୍ଡେଇ..

ଶିବ ଚରଣ ମହାପାତ୍ର 
ଚକ୍ରଧରପୁର, କେନ୍ଦୁଝର