OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ବାବା କଇଁଫୁଲ - ଘନଶ୍ୟାମ ସାହୁ

ବାବା କଇଁଫୁଲ - ଘନଶ୍ୟାମ ସାହୁ

ଦାସ ଜଗନ୍ନାଥ ଶ୍ରୀମଦ୍ଭାଗବତ
ଲେଖିଲେ ନବାକ୍ଷରୀ ବୃତ୍ତେ
କ୍ଷେତ୍ର ମଧ୍ୟେ ଶ୍ରେଷ୍ଠ ଶ୍ରୀ ପୁରୁଷୋତ୍ତମ
ସେ ବଟଗଣେଶ ନିକଟେ
ଭାଗବତ ପ୍ରଚାର
ଭକତିର ସୁଧା ପାନ କରି ସର୍ବେ
ଧନ୍ଯ ହେଲେ ପୁର ନାରୀ ନର ।
ବଡ଼ ଦାଣ୍ଡେ ବିଜେ ଗୁରୁ କଇଁଫୁଲ
ଭାଗବତ ଧର୍ମ ପ୍ରଚାର
ଦାସ ଜଗନ୍ନାଥ ଏ କଳିଯୁଗର
ସତେ କି ସେ ରାଧାବତାର
କିଛି ଦିନ ରହଣି
ମୁକତିର ପଥ ପ୍ରଚାର କଲେ ସେ
ଭକତଜନଙ୍କୁ ସଙ୍ଗେ ଘେନି ।
ବାଙ୍କୀ ବୈଦେଶ୍ୱର ମଠ ରାମନାଥ
ଝୁରୁଛି ବାବା କଇଁଫୁଲ
ବେଲପୁଞ୍ଜି ମଠ ବାବାଙ୍କୁ ସୁମରି
ନିତି ନାମପ୍ରେମେ ଚଞ୍ଚଳ
ବାବାଙ୍କର ମହିମା
ସେ ସ୍ଥାନ ପବିତ୍ର ହୁଏ ଅନୁଭୂତ 
ଆଜି ବି ତାଙ୍କରି ଗାରିମା ।
ଏ ଘୋର କଳିରେ ନାମ ଅଟେ ସାର
ପରମ ଶାସ୍ତ୍ର ଭାଗବତ
ନାମ ସୁଧାରସ ପାନ କର ଭାଇ
ପାପ ପଙ୍କୁ ହେବା ମୁକତ
ଦିଅ ହରିବୋଲ
ହୁଳହୁଳି ଦିଅ ମା ଭଉଣୀ ମୋ
ହରି କରିବେ ଏ ଭବୁ ପାର ।

ଘନଶ୍ୟାମ ସାହୁ
ସହ ସମ୍ପାଦକ --- ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା,
ପୋ:ଅ: -- କିଶୋରଗଞ୍ଜ, ଜିଲ୍ଲା -- ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭

0 Comments