OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଆଜିର ସାବିତ୍ରୀ - ସଦାନନ୍ଦ ସାହୁ

ଆଜିର ସାବିତ୍ରୀ - ସଦାନନ୍ଦ ସାହୁ

ସଂସ୍କୃତି ବିଭବ ଉତ୍କଳ ପ୍ରଦେଶ 
ପ୍ରଥା ପରମ୍ପରା ସାଥୀ ,
ବାରମାସ ଯା'କ ପରବେ ସମୃଦ୍ଧ
ଓଷାବ୍ରତ ପାଳେପତ୍ନୀ ! !

ପୌରାଣିକ କଥା ନିଆରା ଏ'ଗାଥା
ପତିଭକ୍ତି ଅନୁରକ୍ତି ,
ସତୀ ସାବିତ୍ରୀର ଭକ୍ତିଟା ଆଧାର
ଉଚ୍ଛୁଳି ପଡୁଛି ସ୍ମୃ୍ତି ! !

ଭକ୍ତି ନିଷ୍ଠା ବଳେ ସାବିତ୍ରୀ ସର୍ବାଗ୍ରେ
ନାରୀ ମଧ୍ୟେ ସର୍ବ ଶ୍ରେଷ୍ଠା ,
ମରଣ ମୁହଁରୁ ଆଣିଲେ ସ୍ଵାମୀକୁ
ଯମକୁ ଦେଇଣ ଶିକ୍ଷା ! !

ସତ୍ୟବାନ ରାଣୀ ସାବିତ୍ରୀ ସୁନ୍ଦରୀ
ସତୀ ବୋଲି ବିବେଚିତ ,
ସର୍ବଯୁଗେ ଖ୍ୟାତ ନିଖୁଣେ ଚିତ୍ରିତ
ପୁରାଣରେ ପରିଚିତ ! !

ଆଜିର ସାବିତ୍ରୀ ଏ'ବ୍ରତ ପାଳୁଛି
ମହା ଆଡମ୍ବର ପୁର୍ଣ୍ଣେ ,
ଭକ୍ତି ସ୍ନେଁହଶ୍ରଦ୍ଧା କେତେ ତା'ସଦିଚ୍ଛା
ସ୍ମର ଆହେ ସତ୍ୟବାନେ ! !

ଅଧୁନା ସାବିତ୍ରୀ ଆଭୁଷଣେ ମାତି
କରୁଛି ତା'ରୂପ ଚର୍ଯ୍ୟା ,
ଲୋକ ଦେଖାଣିଆ ତା'ଓଷା ପଣିଆ
ବୋଲାଏ ସେ' ସୁନାଭାର୍ଯ୍ୟା ! !

ଦାମୀ ଶାଢୀ ଚୁଡି ହସ୍ତେ ହୀରାମୁଦି
ଗଳାରେ ସ୍ଵର୍ଣ୍ଣିମହାର ,
କିଛିଊଣା ନାହିଁ ଆଭୁଷଣେ ଭାଇ
କଳିଯୁଗ ସାବିତ୍ରୀର ! !

ସରାଗ ମନରେ ମନ୍ଦିର ବେଢାରେ
ଦେଖାଏ ତା' ପତୀପ୍ରତୀ ,
ସଵୁଫଳ ମୂଳ ଆଣିଛନ୍ତି କାନ୍ତ
କହି ନଥିଲି ମୁଁ' କିଛି ! !

ଏ'ଦାମୀ ଶାଢୀ ମୋ' ଭାଇ ଦେଇଛି
ଅଛିସେ' ବମ୍ବେରେ ଯନ୍ତ୍ରୀ ,
ଭାରି ଭଲପାଏ ମୋତେ ପରାସିଏ
ମୁଁ' ତା'ର ଗେହ୍ଲା ଭଗ୍ନୀ ! !

ଗୌରବ ଗାରିମା ଗାଉଛି ସାବିତ୍ରୀ
ଭକ୍ତି ପ୍ରିତୀ ନାହିଁ ବେଶି ,
ଶାଶୁ ଘର ଠାରୁ ବାପ ଘର ଯାଏ
କାହାଣୀ ସେ'କହେ ହସି ! !

ମହଙ୍ଗା ମାଡରେ ସତ୍ୟବାନ କାନ୍ଦେ
ଉଚ୍ଚା ଦଅର କୁ ହେଜି ,
ସାବିତ୍ରୀ ଫୁଲେଇ ହୁଏତ' ଗେହ୍ଲେଇ
ଯେନେତେନେ କରେ ରାଜି ! !

ଓଷା ବ୍ରତ ପାଳ ହେ' ସାବିତ୍ରୀ ଗଣ
ଭକ୍ତିପୂତ ନିବେଦନ ,
ପ୍ରତିଯୋଗି ଭାଵ କରନି ପୋଷଣ
ଲୋଡାନାହିଁ ଆଭୁଷଣ ! !

ଭକ୍ତି ଅର୍ଘ୍ୟବତୀ ଜାଳହେ' ସାବିତ୍ରୀ
ପ୍ରଭୁ କୃପାଲାଭ ହେଵ ,
ଦାମୀ ଫଳମୂଳ ନୁହେଁ ପ୍ରୟୋଜନ
ଶ୍ରୀଫଳ କୁ ଶ୍ରେଷ୍ଠଭାବ ! !

ସ୍ଵାମୀମନ ନେଇ ଚଳିବ ହେ'ପତ୍ନୀ
ଏ'ହାହିଁତ ଶ୍ରେଷ୍ଠ ବ୍ରତ ,
ସୁଖ ସମୃଦ୍ଧିରେ ସଂସାର ହସିବ
ପ୍ରଶଂସିତ ହେଵ ସତ ! !
 
Writer's Details: ସଦାନନ୍ଦ ସାହୁ , କାରା କର୍ମଚାରୀ ,
କେନ୍ଦ୍ରୀୟ , କାରାଗାର , କଟକ , ଚୌଦ୍ଵାର ,
ଯୋଗାଯୋଗ ସଂଖ୍ୟା - 7978517998Content Category:
Submission Date: Jun 05, 2019

0 Comments