ତୁମ ପ୍ରେମ ଏକ ବ୍ୟତିକ୍ରମ - ସଂଯୁକ୍ତା ରାଉତ

ତୁମ ପ୍ରେମ ଏକ ବ୍ୟତିକ୍ରମ - ସଂଯୁକ୍ତା ରାଉତ



ତୁମେ କିଏ ? 
କିଏ ମୋର ?
କିଏ ମୋର,ତୁମେ ??
ଏକଥା ଟା ଜାଣିବା ପୂର୍ବରୁ ,
ତୁମ ପ୍ରେମ ,ମୋ' ମନର
ଶୂନ୍ୟ ଆକଶରେ ,
ଆଙ୍କି ଦେଲା ଇନ୍ଦ୍ରଧନୁର ,
ସପ୍ତ ରଙ୍ଗ ଆସ୍ତରଣ ଟିଏ ୲୲

"ଡାର୍ଲିଙ୍ଗ, ଡାର୍ଲିଙ୍ଗ "
ତୁମର ସେ ସୁମଧୁର ଡାକ
ମନ ମୋ'ର କିଣି ନେଲା,
କରି ତୁମ ହୃଦୟର ଦାସୀ ୲୲

ଭଲ ପାଅ ବୋଲି
ମିଛ ଆଶ୍ଵାସନା ଦେଇ,
ମୋ' ହୃଦୟର ଶୂନ୍ୟତା କୁ
ଛୁଇଁ ଯାଇ,କରିଥିଲ ପୂର୍ଣ୍ଣ ୲୲
କହିଥିଲ ସେଦିନ ,
"ନିସର୍ତ୍ତ ପ୍ରେମ ସଦା ଚାହେଁ
ପୂର୍ଣ୍ଣ ସମର୍ପଣ ''
ଦେଇଥିଲ ମୋତେ ପୁଣି ,
କେତେ ଦିବ୍ୟ ଜ୍ଞାନ ୲୲

ପ୍ରେମର ଦୁନ୍ଧୁବି ତାନରେ
ମନ ମୋ'ର ନାଚି ଉଠିଥିଲା ,
ଦେହ, ମନ ,ପ୍ରାଣ, ସବୁ
ସମର୍ପି ସାରିଲା ପରେ
ଦେଲ ଗୋଟେ ଶକ୍ତ ଧକ୍କା,
ଯାହା କେବେ ଭୁଲିବାର ନୁହେଁ ୲୲

ମୁଁ କାଳେ ,
ମୁଁ କାଳେ .......
ତୁମ ଠାରୁ
କିଛି ଆଶା ରଖି,
କରୁଥିଲି ପ୍ରେମ ?
ଏଇ ଅବାନ୍ତର ନିନ୍ଦା ଦେବାକୁ ବି
ପଛେଇଲାନି ତୁମ ମନ ୲୲
ସତେ କ'ଣ ଏମିତି ବି ହୁଏ,
ହୁଏ କ'ଣ ପ୍ରେମରେ ପ୍ରେମରେ ,
ବ୍ୟଥାଭରା ବ୍ୟତିକ୍ରମ ! ! !

ଜହ୍ନରେ ଥାଏ ,
ଅବା ଜାହ୍ନବୀ ଗର୍ଭରେ
ଥାଏ ଅବା ପ୍ରତୀକ୍ଷିତ
ପ୍ରଜ୍ଞାର ପୀଠରେ ,
ତୁମ ସେଇ ରାଗ,ସେଇ ଛନ୍ଦ
ପ୍ରତିଧ୍ୱନୀ ଶୁଭେ ,ଗୁଞ୍ଜରୀ ଗୁଞ୍ଜରୀ
ମୋ'ଅନ୍ତରର ଶାଖା ପ୍ରଶାଖାରେ ,
ରହିଛି ମୁଁ, ରହିଥିବି
ସେହି ନିଃସଙ୍ଗତା ନେଇ ୲୲

ତୁମେ ସିନା ଭୁଲିଗଲ
କେମିତି ଭୁଲିବି ,
ସେଇ ଆଖି,ସେଇ ଶବ୍ଦ,
ଯାହା ଥିଲା ତୁମ ......
କଥାରେ,ବାକ୍ୟରେ ........
ଅଛି ସବୁ ସାକ୍ଷୀ ,
ଭୁଲିବି ଭୁଲିବି ଭାବି
ମୁଁ ଯେ' ଆଜି .....
କିଛି ଭୁଲି ପାରେ ନାହିଁ

Writer's Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 06, 2019

0 Comments