OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ତୁମେ ଅମୃତ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୁମେ ଅମୃତ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

କୋଟି ବ୍ରହ୍ମାଣ୍ଡର ନାଥ ହେ
        ପଦ୍ମ ଡୋଳା ପଦ୍ମ ନେତ୍ର   ।।
ଏ ବିଶ୍ୱ ବ୍ରହ୍ମାଣ୍ଡ ସଜାଇ ଦେଇଛ ରୁଚିରେ 
ସଚରାଚର ତୁମର ପରିଚାର
                 ରଞ୍ଜାଇ ଦେଇଛ ମହୀରେ
ତୋପରି ସାମନ୍ତ ନାହିଁ କାହିଁ ତୁମେ
    ଅମୃତ ଚିର ଶାଶ୍ଵତ
ହେ ବିଚିତ୍ର ବିଶ୍ଵକର୍ମା  କୋଟି ବ୍ରହ୍ମାଣ୍ଡ ର ନାଥ ହେ   ।।
ଉଦ୍ଭାସିତ ମହୀ ଅଦ୍ୱିତୀୟ ଦ୍ଵୀତ୍ତି ଚିତ୍ର ରେ 
ଚିତ୍ରିତ କରିଲ ବିଶ୍ଵ ଚିନ୍ତାମଣି 
                 ସୁଧାମୟ ମଧୁରତା ରେ
ସେ ମଧୁ ପରଶେ ଆହା କି ସରସେ   
         ମଧୁମୟ କଲ ଜଗତ
ହେ ବିଚିତ୍ର କର୍ମା କୋଟି ବ୍ରହ୍ମାଣ୍ଡ ର ନାଥ ହେ   ।।
ଉଲ୍ଲସିତ ଧରା,ଗଗନ,ପବନ ଚଞ୍ଚଳେ
ଚଳମାନ ବିନ୍ଦୁ ଠାରୁ ସିଦ୍ଧୁ,ବନ,
        କିଟ,ପତଙ୍ଗାଦି ସକଳେ
ଦେହଧରି ଭ୍ରମେ ତୁମରି ଉତ୍ସରେ
    ହୋଇ ପରା ଉତ୍ସାହିତ
ହେ ବିଚିତ୍ର କର୍ମା କୋଟି ବ୍ରହ୍ମାଣ୍ଡ ର ନାଥ ହେ  ।। 
ମହାବାହୁ ବାହୁ ପ୍ରସାରି ଦେଇଛ ସଂସାରେ
ସେହି  ମହାବାହୁ ଉହାଡେ ଆଶ୍ରୟ
         ଦିଅ ଡାକେ ବସି ଅଦୂରେ
ଆଶ୍ରୟ ଦିଅହେ ଆରତୀ ପ୍ରଫୁଲ୍ଲ
ଶୁଣି ଘେନି ଦୀନ ଆରତ
ହେ ବିଚିତ୍ର କର୍ମା କୋଟି ବ୍ରହ୍ମାଣ୍ଡ ର ନାଥ ହେ  ।।

0 Comments