ସୁନା ସଂସାର - ସଦାନନ୍ଦ ସାହୁ

ସୁନା ସଂସାର - ସଦାନନ୍ଦ ସାହୁ

ସୁନାର ସଂସାର ସ୍ନେହଁର ମନ୍ଦିର 
      ବିଭବରେ   ପରିପୂର୍ଣ୍ଣ , 
ସୁଶାନ୍ତ ସସ୍ମିତା ଗଢିଛନ୍ତି ବସା 
   ବରଷୁଛି   ଖାଲି  ସ୍ଵର୍ଣ୍ଣ   ! ! 

ସସ୍ମିତା  ସମ୍ପଦା  ପ୍ରୀତିର ପ୍ରତିମା 
      କୁଳର ଚନ୍ଦ୍ରମା  ରାଣୀ , 
 ରାଉତ ଗାରିମା  କୁଳବଧୂ ମାମା 
     ସଭିଁଙ୍କୁ   କରିଛ  ଋଣୀ   ! ! 

ତବକୃତ ଦାନ  ଅଶୁଝା  ଏ'ଋଣ 
      ସୋଅମର    ଜନ୍ମଦାତ୍ରୀ , 
ଉଚ୍ଛୁଳି ପଡୁଛି   ଆନନ୍ଦ ଲହରୀ 
    ସ୍ନେହଁଶିଳା    ପୁତ୍ରବତୀ  ! ! 

ସୁଶାନ୍ତ ସ୍ନେଁହିକ  ସାଜିଛନ୍ତି  ବାପ 
    ତୁମରି  ସୁଯୋଗ୍ୟ  ସ୍ଵାମୀ , 
ସୋମ ହସିଦେଲେ  ଫୁଲ ଝଡିପଡେ 
    ପ୍ରେମର   ପ୍ରତୀକ ଧର୍ମୀ   ! ! 

ଆମସୁନା ଭ୍ରାତା  ପ୍ରଶାନ୍ତ ନିର୍ମାତା  
      ଉଜ୍ଜ୍ଵଳ ଭାସ୍କର  ଦୀପ , 
ସ୍ନେହଁ ସରାଗରେ  ଅଛନ୍ତି  ଖୁସିରେ 
     ବସାବାନ୍ଧି     ଅନୁପମ  ! ! 

ରଶ୍ମିତା ଭାଉଜ   ସମ୍ପଦ ମାଣିକ 
     ସ୍ଵୟଂପୂର୍ଣ୍ଣା   କୁଳବଧୂ , 
ପ୍ରଶାନ୍ତର ରତ୍ନା  ସାଜିଛନ୍ତି  ଜ୍ୟୋତ୍ସ୍ନା 
     ସ୍ନେହଁ ସୌହାର୍ଦ୍ଦ୍ୟ'ର ସିନ୍ଧୁ  ! ! 

ସରାଗେ ଜନ୍ମିଲା  ଆଦିତି  କନିଆଁ 
      ରଶ୍ମିତା ତ'  ସୌଭାଗିନୀ  , 
ସୁନାର ସଂସାର    ହସୁଛି ମନ୍ଦିର 
      ରାଉତ ବିଭବା  ରାଣୀ  ! ! 

ରାଉତ ମହଲେ    ସ୍ଵର୍ଣ୍ଣଦୀପ ଜଳେ 
     ମାତୃପିତୃ   ଆଶୀର୍ବାଦେ , 
ସୁଶାନ୍ତ  ପ୍ରଶାନ୍ତ ପ୍ରୀତିର  ସନ୍ତକ 
     ଶୁଭଫଳ    ପ୍ରତିପାଦେ   ! !

ସସ୍ମିତା ରଶ୍ମିତା   ପ୍ରୀତି ବଧୂସୁତା
     ସେବାର ଦ୍ୟୋତକ ପତ୍ନୀ ,
ସ୍ନେହଁ ସଦିଚ୍ଛାରେ   ସରାଗ ମନରେ 
      ଜାଳୁଥାନ୍ତୁ    ଅର୍ଘ୍ୟବତୀ ! ! 

ଜଗତର ନାଥ ଏ' ତୁମ୍ଭରି ବିଭବ 
     ରାଉତ   ସ୍ଵର୍ଣ୍ଣୀମ  ବସା  , 
ଛତ୍ର ଛାୟାତଳେ  ରଖିଥା ହେ'ନାଥେ 
   ନ'ଆଶୁ ପ୍ରଭୁ    ଦୁଃର୍ଦଶା ! !

ସଦାନନ୍ଦ ସାହୁ , କାରା କର୍ମଚାରୀ, 
ମଣ୍ଡଳ କାରାଗାର , କଟକ , ଚୌଦ୍ଵାର 

0 Comments