ସୃଷ୍ଟିର ଗୋଲକ ଧନ୍ଦା - ପ୍ରଣତି ମହାପାତ୍ର

ସୃଷ୍ଟିର ଗୋଲକ ଧନ୍ଦା - ପ୍ରଣତି ମହାପାତ୍ର

ଗୋଟିଏ ବୃନ୍ତର ଦୁଇଟି ପାଖୁଡ଼ା
ଜଣେ ଆନ ପ୍ରେମେ ବନ୍ଧା,
କେହିତ କାହାକୁ ନ ଛାଡନ୍ତି କ୍ଷଣେ
ଦୁହେଁ ଦୁଇ ଦେହେ ଛନ୍ଦା।
ଦୁଇଟି ଶରୀର ଆତ୍ମା ତ ଗୋଟିଏ
କରିଛି ସୃଷ୍ଟି ବିଧାତା,
ଏମିତି ବନ୍ଧନ ଏ ଧରାଧାମରେ
ନିଜେ ବନ୍ଧା ସୃଷ୍ଟିକର୍ତ୍ତା।
ଶିବଶକ୍ତି ଠାରୁ ବିଷ୍ଣ ଲକ୍ଷ୍ମୀ ପୁଣି
ରାଧାକୃଷ୍ଣ ଙ୍କର ଲୀଳା,
କେଦାର ଗୌରୀ ଲୈଲା ମଜ୍ ନୁ
ତାଜମହଲ ଭଳି କଳା।
ଅଜଣା ଅଶୁଣା ଅଦେଖା ଜୀବନ
କ୍ଷଣେ ପଡିଥାଏ ବନ୍ଧା,
ଏମିତି ଡୋରରେ ବାନ୍ଧି ହୋଇଯାନ୍ତି
ଏ ବଡ଼ ଗୋଲକ ଧନ୍ଦା।

ପ୍ରଣତି ମହାପାତ୍ର
ବାଲେଶ୍ଵର

0 Comments