ଶ୍ରୀହୀନ ହେଇଛି ଶ୍ରୀକ୍ଷେତ୍ର - ନିବେଦିତା ମହାପାତ୍ର

ଶ୍ରୀହୀନ ହେଇଛି ଶ୍ରୀକ୍ଷେତ୍ର - ନିବେଦିତା ମହାପାତ୍ର

ପୁରୁଷୋତ୍ତମ କ୍ଷେତ୍ରକୁ ଏକି ବିପତ୍ତି ଆସିଲା
ଭୌଗଳିକ ରୂପରେଖକୁ ତାର ବଦଳାଇ ଦେଲା।
ଶ୍ରୀହୀନ ପାଲଟିଯାଇଛି ଦେଖ ଶ୍ରୀକ୍ଷେତ୍ର ଆଜି
ଫଣିର କରାଳ ସ୍ପର୍ଶରେ ସବୁଯାଇଛି ହଜି।
ଗୁଆଆମ୍ର ନାରିକେଳ ଆଦି କେତେ ବୃକ୍ଷରାଜି
ଧରାଶାୟୀ ହୋଇଯାଇଛି ବତାସ ଝଡ ବାଜି।
ଆଜବେଷ୍ଟ୍ ଚାଳଛପର ଯେତେ ଘର ଥିଲା
ମରୁତ ପ୍ରବାହିତ ହୋଇ ସବୁ ଉଡାଇନେଲା।
ବୈଦ୍ୟୁତିକ ଖୁଣ୍ଟ ମାନଙ୍କର ଛିଡିଯାଇ ତାର
ନିମିଷକେ ସାରା ସହରକୁ କରିଲା ଅନ୍ଧାର।
ଭାମ୍ୟଭାଷର ଯନ୍ତ୍ର ଗୁଡିକ ହୋଇଲା ଅଚଳ
ଦୂର ସଂଚାର କ୍ଷେତ୍ରରେ ପଡିଗଲାତ ଚହଳ।
ଟିଭି ଇଣ୍ଟରନେଟ୍ ସବୁ ବନ୍ଦ ହୋଇଯାଇଛି
କାହାରି ସାଥିରେ ଯୋଗାଯୋଗ ହେଇ ନପାରୁଛି।
ଚତୁର୍ଦ୍ଦିଗ ପରିବେଶ ଦିଶୁ ଅଛି ଜଳାର୍ଣ୍ଣବ
ବଢି ଯାଇଛି ସେଥିରେ ମଶାଙ୍କର ଉପଦ୍ରବ।
ପଶୁପକ୍ଷୀଙ୍କୁ ଆଶ୍ରା ପାଇଁ ମିଳୁନି ସାହାରା
ଏଣେତେଣେ ବୁଲୁଛନ୍ତି ସବୁ ହୋଇ ଦିଗହରା।
ଅକାଳରେ ଚାଲିଗଲା କେତେ ଦୁର୍ଲଭ ଜୀବନ
ନିଶ୍ଚିହ୍ନ ହୋଇଗଲା ସବୁଜିମାରେ ଭରା ବନ।
ବାହ୍ୟ ଜଗତରୁ ଶଙ୍ଖକ୍ଷେତ୍ର ହୋଇ ବିଚ୍ଛିନ୍ନ
କରିଲା ଶ୍ରୀକ୍ଷେତ୍ର ବାସୀଙ୍କର ଜୀବନ ବିପନ୍ନ।
ନୀଳଚକ୍ର ବାନାକୁ ପ୍ରଭୁ ରକ୍ଷା ନକରିଲେ
ଗର୍ଭଗୃହେ ଥାଇ ଦାରୁବ୍ରହ୍ମ ଓଦାଯେ ହୋଇଲେ।
ଚାରିଆଡୁ ଶୁଭୁଛି ଖାଲି ହାଅନ୍ନର ଚିତ୍କାର
ଭୋକରେ ଡହଳ ବିକଳ ସବୁରି ପରିବାର।
ଧ୍ବଂସ ପ୍ରାୟ ହୋଇଯାଇଛି ସବୁଜ ଶସ୍ୟକ୍ଷେତ
ବିଲପ୍ରାନ୍ତେ ବସିଛି ଚଷା ମୁଣ୍ତରେ ଦେଇହାତ।
ଅକ୍ଷୟ ତୃତୀୟା ପାଇଁ ମିଳିଲାନି ଅକ୍ଷିମୁଠି 
ଖାଦ୍ୟ ପାଇବାକୁ ପଡିପାରେ ଖଟିବାକୁ ବେଠି।
ଆକାଶ ମାର୍ଗରୁ କରିଛନ୍ତି ଖାଲି ଆକଳ
କାର୍ଯ୍ୟାନୁଷ୍ଠାନ ନେଇ କରୁ ନାହାନ୍ତି ସମାଧାନ।
ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ପରି
ଅଭାବ ପୂରଣ ହୋଇନି ସବୁଗଲାଣି ସରି।
ବାସଚ୍ୟୁତ ସହୁଛନ୍ତି ରୌଦ୍ର ଉତ୍ତାପର ଜ୍ଵାଳା
ତମସାସିକ୍ତ ରଜନୀରେ ଚାଲେ ଅନ୍ୟାୟର ଲୀଳା।
କଳ୍ କୀ ଭଗବାନଙ୍କର ଏକି କରାଳ ରୂପ
ମୁହୁର୍ତ୍ତକରେ ପୁରୀ ପାଲଟିଲା ଧ୍ବଂସର ସ୍ତୁପ।
କୃପାକର କୃପାମୟ ତୁମେ ହେ କଳାବାମନ
ଦୂରକରିଦିଅ କ୍ଳେଶ ନିସ୍ତରି ଯାଆନ୍ତୁ ଜନ॥

ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର,ପୁରୀ ।

0 Comments