OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଶୁଭ ଅବସର ସ୍ମୃତିର ଦିବସ - ସଦାନନ୍ଦ ସାହୁ

ଶୁଭ ଅବସର ସ୍ମୃତିର ଦିବସ - ସଦାନନ୍ଦ ସାହୁ

ସୁନେଲି ସଂନ୍ଧ୍ଯାର ଏ'ମହା ଆସର 
ଅବସର ମହୋତ୍ସବ ,
ବିଦାୟ କାଳୀନ ସ୍ମୃ୍ତିର ବିଭବ
ଅପାସୋରା ସ୍ନେହଁଭାଵ ! !

ରମ୍ଭାଭଗ୍ନୀ ଆମ ନେଲେ ଅବସର
ସେବାରୁ ବିମୁକ୍ତ ହୋଇ ,
ଉଚ୍ଛୁଳି ପଡୁଛି ସ୍ମୃତିର ଝଲକ
ଚିର ହସଫୁଲ ଭାଇ ! !

ଚାକିରୀ ଜୀବନ ଦିଦିଙ୍କ ସମ୍ପଦ
ଥିଲାତ' ସୌହାର୍ଦ୍ଦ୍ୟ ପୂର୍ଣ୍ଣ ,
ସଵୁଦୁଃଖ ଭୁଲି କର୍ମକୁ ଆଦରି
ଭୁଲିଥିଲେ ଅବସନ୍ନ ! !

ଘାତ ପ୍ରତିଘାତ ଚିରସହଚର
ଜୀବନର ବିଶେଷାଙ୍କ ,
ବୈଧବ୍ୟର ଦୁଃଖ ଦିଦିଙ୍କ ଦୁଃଭାଗ୍ୟ
ସହନର ଶେଷ ଅଙ୍କ ! !

ଦୃଢମନା ରମ୍ଭା ସଂସାରୀ ବିଭବା
ସଂଘର୍ଷର ସୁନାମାଆ ,
ପୁତ୍ରମୁଖ ଚାହିଁ ଦିନ ଦେଲେ କାଟି
ଜାଣିଛି ସାରା ଦୁନିଆଁ ! !

କର୍ମବ୍ରତା ମାତା ରମ୍ଭା ସୁନା ମାତା
କର୍ମଚାରୀ ପ୍ରୀତି ରାଣୀ ,
ସରାଗେ ଡାକନ୍ତି ରମ୍ଭା ନାନୀ ବୋଲି
ସହକର୍ମୀ ବନ୍ଧୁ ଜାଣି ! !

ଆହେ'ସହକର୍ମୀ ଆହେ' ଅଧିକାରୀ
ସର୍ବେ ମାଗ ଆଜି ଦୁଆ ,
ରମ୍ଭା ନାନୀ ପଥ ହେଉ କୁସୁମିତ
ହସୁତା' ଟିକି ଦୁନିଆଁ ! !

ସରସ ସୁନ୍ଦର ହେଉତା' ସଂସାର
ଆହେ ପ୍ରଭୁ ଜଗନ୍ନାଥ ,
ଅବସର ଦୁଃଖ ଅପସରି ଯାଉ
ଦିଅ ପ୍ରଭୁ ଶୁଭାଶିଷ ! !

ଭୁଲିବନି ଦିଦି ଆସିବଟି ଜାଣି
ମନେ ପଡ଼ିଯିବ ଯେବେ ,
ସହକର୍ମୀ ଭାଇ ସହକର୍ମୀ ଭଗ୍ନୀ
ଆଦର କରିବେ ସର୍ବେ ! !

ହେ' ପ୍ରଭୁ ଗୋସାଇଁ ଜଗତର ପତି
କରୁଛୁ ବିନତୀ ଅଳି ,
ଶୁଭ ଅବସର ହେଉ ସୁଖମୟ
ହସଫୁଲ ପଡୁଝରି ! !

ମଣ୍ଡଳ କାରାଗାର ,କଟକ ଚୌଦ୍ଵାର, ର ମୋର ଜଣେ ମହିଳା ସହକର୍ମୀ ' ' ରମ୍ଭା ମହାନ୍ତି ' ' ଭଉଣୀ ଙ୍କର ଅବସର ତଥା ବିଦାୟ କାଳୀନ ଉତ୍ସବରେ ଯୋଗଦାନ ପୂର୍ବକ ଏହି ଭାବଗର୍ଭକ କବିତାଟିକୁ ତାଙ୍କ ଉଦେଶ୍ୟରେ ଉତ୍ସର୍ଗ କରୁଛି ! 

Writer's Details: ସଦାନନ୍ଦ ସାହୁ, କାରା କର୍ମଚାରୀ, ଚୌଦ୍ଵାର, କଟକ
Content Category:
Submission Date: May 01, 2019

0 Comments