ସେ ଆମ ଜେଜେ - ସଂଯୁକ୍ତା ରାଉତ

ସେ ଆମ ଜେଜେ - ସଂଯୁକ୍ତା ରାଉତ


👴🏻ମୁଣ୍ଡରେ ତାଙ୍କର ଧବଳ କେଶ 
ପାକୁଆ ପାଟିକୁ ପାଚିଲା ନିଶ
ମୁହେଁ ଲାଖିଥାଏ ସଦା ହରଷ ୲୲👴🏻

👴🏻ହାତେ ଥାଏ ତାଙ୍କ ବଙ୍କୁଲିବାଡ଼ି
ଗଛ ଲଗାନ୍ତି ସେ ଧାଡ଼ିକିଧାଡ଼ି
ଖୁସିରେ ବସନ୍ତି ଖବର ପଢି ୲୲ 👴🏻

👴🏻ପିନ୍ଧିଥାନ୍ତି ଧୋତି ମାରିଣ କଛା
କନ୍ଧେ ଥାଏ ତାଙ୍କ ନାଲି ଗାମୁଛା
ଦିଅଁ ଦରଶନେ ତାଙ୍କରି ଇଚ୍ଛା ୲୲👴🏻

👴🏻ଆଖିରେ ତାଙ୍କର ମୋଟା ଚଷମା
ଦେହେ ଥାଏ ତାଙ୍କ ସଫେଦ ଜାମା
ଅଭିଯୋଗ ତାଙ୍କ ନଥାଏ ଜମା ୲୲ 👴🏻

👴🏻ସବୁରି ମଙ୍ଗଳ ଇଚ୍ଛନ୍ତି ନିତି
ଗପ ଶୁଣାନ୍ତି ସେ ନିଇତି ରାତି
ସିଏ ପରା ଆମ ପ୍ରିୟର ସାଥୀ ୲୲👴🏻

👴🏻ବଡି ଭୋରରୁ ଛାଡନ୍ତି ଶେଜ
ସକାଳ ବୁଲାକୁ ହୁଅନ୍ତି ସଜ
ପାନ ବଟୁଆଟି ପ୍ରିୟର ଚିଜ ୲୲👴🏻

👴🏻ଆମକୁ ପାଖରେ ନିତି ବସାନ୍ତି
ନୀତି ଉପଦେଶ କେତେ ଦିଅନ୍ତି
ଆଦର୍ଶ ମାର୍ଗଟି ସଦା ଦେଖାନ୍ତି ୲୲👴🏻

👴🏻ଅତି ପ୍ରିୟ ତାଙ୍କ ଆମରି ଗାଆଁ
ତାଙ୍କ ପାଇଁ ପରା ବାପାଙ୍କ ନାଆଁ
ଜାଣିଛ କି ପିଲେ ତାଙ୍କରି ନାଆଁ ୲୲ 👴🏻

👴🏻ବାପାଙ୍କର ବାପା ସିଏ ଅଟନ୍ତି
ନାତି ନାତୁଣୀଙ୍କ ପ୍ରିୟ ଅଟନ୍ତି
ଜେଜେ ନାମେ ଆମେ ତାଙ୍କୁ ବୁଲାନ୍ତି ୲୲ 

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ
Content Category:
Submission Date: May 20, 2019