OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ସନ୍ୟାସୀ ରୂପରେ ପାଉଛ ପୂଜା - କୌଶିକ କୁମାର ହୋତା

ସନ୍ୟାସୀ ରୂପରେ ପାଉଛ ପୂଜା - କୌଶିକ କୁମାର ହୋତା



ସତ୍ୟର ପୂଜାରୀ ଆଚାର୍ଯ୍ୟ ହେ ତୁମେ 
ହରିହର ନାମେ ବାଜୁଛି ବାଜା,
ସଂସାରର ମାୟା ମୋହକୁ ତୁଟାଇ
ସନ୍ୟାସୀ ରୂପରେ ପାଉଛ ପୂଜା l
ଦୁସ୍ଥ, ନିପୀଡ଼ିତ, ଆର୍ତ୍ତିଜନର
ସେବାରେ ନିଜକୁ ସମର୍ପି ଦେଇ,
ସତ୍ୟହିଁ ତ ଭଗବାନ ବୋଲି ତୁମ
ତୁଣ୍ଡ ମିଥ୍ୟା କେବେ ପରଶି ନାହିଁ l
ହରିହର ସେବା, ନାରୀ ଜାଗରଣ
କୁଟୀର ଶିଳ୍ପର ପ୍ରସାର ପାଇଁ,
ତୁମରି ଆଦର୍ଶ, ତୁମରି ପ୍ରେରଣା
ଆଜିବି ଜଗତ ରହିଛି ଚାହିଁ l
ଖୋଜୁଛି ତୁମକୁ ସତ୍ୟବାଦୀ ମାଟି
ବକୁଳ ବନର ଶିକ୍ଷାୟତନ,
ତୁମ ପଞ୍ଚସଖା, ତୁମ ସହଯୋଗୀ
ଦେଖନ୍ତି ତୁମକୁ ନିତି ସପନ l
ଇଞ୍ଚୁଡିର ତୁମେ ଲବଣ କ୍ଷେତ୍ରରେ
ଆଇନକୁ କରିଥିଲ ଅମାନ୍ୟ,
ଗାନ୍ଧୀ ଶିଷ୍ୟ ଭାବେ ଅସହଯୋଗରେ
ରଖିଗଲ ତୁମେ ଦେଶର ମାନ୍ୟ l
ହଇଜା ଲାଗିଲେ ଗାଆଁ-ଗାଆଁ ବୁଲି
କରୁଥିଲ ତୁମେ ରୋଗୀଙ୍କ ସେବା,
ତୁମ ଗ୍ରାମଦାନ, ତୁମରି ଭୂଦାନ
ରାଇଜରେ କିଏ ଭୁଲିବ ଅବା??

Writer's Details: କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ
Content Category:
Submission Date: May 29, 2019

0 Comments