ସହରୀ ବାବୁଙ୍କ ଘର ବାହୁଡା - ଅନାମ ଚରଣ ସାହୁ

ସହରୀ ବାବୁଙ୍କ ଘର ବାହୁଡା - ଅନାମ ଚରଣ ସାହୁ



ଧନ୍ଯ ତୁମେ ଫନୀ ଦେଖେ ନେତ୍ର ବେନି
ସହରୀ ବାବୁଙ୍କ ଘର ବାହୁଡା
ଗାଆଁ ବାସିଲାଣି ମାଆ ହସିଲାଣି
କୋଳେ ଆଜି ତା'ର ସନ୍ତାନ ଛିଡ଼ା ।
ଗାଆଁ ପୋଖରୀରେ ଜୀବନ ଫେରିଛି
ସ୍ନାହାନ କରନ୍ତି ସକଳ ଜନ
ଗ୍ରାମ୍ଯ ପରିବେଶ ହୁଏ ହସହସ
ଖୁସିରେ ଉଡୁଛି ତାହାର ମନ ।
ସହରିଆ ଭାଇ ଫେରି ଆସିଅଛି
ମନେ ଥାଉ ଯେତେ କଡା ଜହର
ଦି ଦିନ କୁଣିଆ ଜାଣିଥା ମଣିଆ
ପରଦା ଉହାଡେ ତା ଅହଂକାର ।
ବାପା ମାଆ ଆଜି ବକ୍ଷେ ତୋଳି ଧରି
ଅସରା ଅଶ୍ରୁକୁ ନୟନେ ଚାପି
ଦେଖି ପୁତ୍ର ମୁଖ ଅପାସୋରା ସୁଖ
ଦୁଃଖର ଗଣ୍ଠିଲି ପଳାଏ ଛପି ।
ଆସୁଥାଅ ଫନୀ ରୂପ ବଦଳାଇ
ଉତ୍କଳ ଭୂଖଣ୍ଡେ ଥରକୁ ଥର
ସହରୀ ବାବୁଙ୍କ ଯେତେ ଗର୍ବ ଦମ୍ଭ
କରୁଥାଅ ସଦା ପାଣିର ଗାର । 

Writer's Details: ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
Content Category:
Submission Date: May 14, 2019

0 Comments