OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

କ୍ଷୁଦ୍ରଗଳ୍ପ - ପୁନଃଜନ୍ମ ନେଇ ଫେରିଆସ ବୀରପୁତ୍ର - ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

କ୍ଷୁଦ୍ରଗଳ୍ପ - ପୁନଃଜନ୍ମ ନେଇ ଫେରିଆସ ବୀରପୁତ୍ର - ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

ସ୍ମିତା ଡ୍ରେସିଂ ଟେବୁଲ ପାଖରେ ବସି ତାର ଅତୀତର ସ୍ମୃତି ଚାରଣ କରୁଥିଲା l ତା ପାଖରେ ଥୁଆହୋଇଛି ସିନ୍ଦୂର ଫରୁଆ କିନ୍ତୁ ତାକୁ ଛୁଇଁବା ମନା l ବିଭିନ୍ନ ପ୍ରସାଧନ ସାମଗ୍ରୀ ଅଛି l କିନ୍ତୁ ସେ ସେଗୁଡିକ ବ୍ୟବାହାର କରିବନି,, କାରଣ ସେ ସ୍ୱାମୀ ପରିତ୍ୟକ୍ତା l ତାକୁ ବିଧବା ସଜେଇଲା କିଏ l ତାର ଦୋଷ ଵା କଣ? ସେ ଆଜି ସମସ୍ତ ଙ୍କ ପାଇଁ ଅଲୋଡ଼ା କାହିଁକି? ସେ ତ ନିରୀହ ସେ କଷ୍ଟ ପାଉଛି କଣପାଇଁ?


ଚାରି ବରଷ ତଳର କଥା ସର୍ଦାରପୁର ଗ୍ରାମର ଜମିଦାର ଥିଲେ ରାମ ଶଙ୍କର l ତାଙ୍କର ଅଲିଅଳି ଏକମାତ୍ର ଝିଅ ସ୍ମିତା l ପାଠ, ଶାଠ, ରୂପ ଓ ଗୁଣରେ ତାକୁ କିଏ ପରାଜିତ କରିପାରିବେ ନାହିଁ l ଯେତେବେଳେ ସେ କାହାଠୁ କାର୍ଗିଲ ଯୁଦ୍ଧ କଥା ଶୁଣେ, କେତେ ଭାରତୀୟ ସୈନିକ ଯେ ସହିଦ ହୋଇଥିଲେ l ତାର ରୋମ ଟାଙ୍କୁରି ଉଠେ l ତାର ହୃଦୟରେ ସବୁବେଳେ ସୈନିକମାନଙ୍କ ପ୍ରତି ସମ୍ମାନରହିଥାଏ l ଆଉ ସେ ମନରେ ଭାବିଥାଏ କି ଯଦି ବିବାହ କରିବ ଜଣେ ସୈନିକଙ୍କୁ l ତାର ଅଜାଣତରେ ସେ ସ୍ୱପ୍ନର ନାୟକ ଭାବେ ଏକ ସୈନିକକୁ ସ୍ଥାନ ଦେଇସାରିଥାଏ l ଜମିଦାର ଘରର ଝିଅ ହେଇଥିବାରୁ ବିବାହ ପାଇଁ ବହୁତ ବଡ଼ ବଡ଼ ସ୍ଥାନରୁ ପ୍ରସ୍ତାବ ଆସୁଥିଲା l ସବୁ ପ୍ରସ୍ତାବକୁ ସ୍ମିତା ମନା କରିଦେଉଥିଲା l ବାପା ମା ସେଥିପାଇଁ ମନଦୁଃଖ କରୁଥିଲେ l ସତରେ କଣ ସ୍ମିତା ତାର ହୃଦୟର ନାୟକ କୁ ପ୍ରାପ୍ତ କରିପାରିବ !

ଦିନକର କଥା କଲେଜରେ ସ୍ମିତାର ମୁଣ୍ଡ ଜୋରରେ ବୁଲାଇହେଲା ସେ ଧରାଶାୟୀ ହୋଇଗଲା l ସେ ସମୟରେ ରାକେଶ ବୋଲି ଜଣେ ଯୁବକ ଯିଏକି ସେ କଲେଜର ଜଣେ ଛାତ୍ର l ସ୍ମିତା କୁ ଡାକ୍ତର ନିକଟକୁ ନେଇ ଆରୋଗ୍ୟ କରିଥିଲା l ପରିଚୟ ଜାଣିବା ପରେ l ସ୍ମିତା ରାକେଶ ସହିତ ବନ୍ଧୁତା ସ୍ଥାପନ କଲା l କ୍ରମେ ଦୁଇଜଣଙ୍କର +3ରେ ଶେଷବର୍ଷ ସରିଗଲା l ସ୍ମିତା ଏକ ବନ୍ଧୁ ଭଳି ରାକେଶ କୁ ସବୁବେଳେ ଏକ ସୈନିକ ହେବା ପାଇଁ ପ୍ରେରଣା ଦେଉଥିଲା, କାରଣ ସେ ତାର ଅଜାଣତରେ ରାକେଶକୁ ତାର ହୃଦୟରେ ବସାଇ ସାରିଥିଲା l ରାକେଶ ମଧ୍ୟ ସ୍ମିତାକୁ ଭଲପଇସାରିଥିଲା l କିନ୍ତୁ ସେ ଖୋଲିକି କହିପାରୁନଥିଲା l ଦୁଇଜଣ ନିଜର ହୃଦୟର ଭାବନାକୁ ଲୁକ୍କାୟିତରଖି ନିଜ ଲକ୍ଷ୍ୟ ପଥରେ ଅଗ୍ରସର ଥିଲେ l 

ଦିନେ ସ୍ମିତା ଜାଣିବାକୁ ପାଇଲା କି ରାକେଶ ଏନ୍.ଡି.ଏ ପାସ କରିଛି l ଅତିଶୀଘ୍ର ସେ ସ୍ଥଳ ବାହିନୀ (army )ରେ ଯୋଗଦାନ କରିବେ l ସେ ଖୁସିରେ ପାଗଳ ହୋଇଗଲା l ଏତେ ଦିନ ପରେ ତାର ସ୍ବପ୍ନ ସାକାର ହୋଇଛି l ସେ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଇ l ରାକେଶ ନିକଟକୁ ବଧାଇ ଜଣାଇବା ପାଇଁ ଆସିଲା l କିନ୍ତୁ ରାକେଶ ମନରେ ଖୁସି ନାଇଁ କାରଣ ସେ ଚାହୁଁନଥିଲା ସ୍ମିତାଠୁ ଦୂରେଇ ଯିବା ପାଇଁ l କିନ୍ତୁ ସ୍ମିତାର ପ୍ରେରଣା ତାକୁ ତାର ଲକ୍ଷ୍ୟ ପଥରେ ପୁନଃବାର ଅଗ୍ରସର କରିନେଲା l 

ଛଅ ମାସ ଟ୍ରେନିଂ ସରିଲା ରାକେଶର l ବହୁତ ଦିନ ସ୍ମିତାକୁ ଦେଖିନି l ସେ ଏହିଥର ମିତାକୁ ବିବାହ କରିବ ଆଉ ବିଳମ୍ବ କରିବନି ଏହିକଥା ମନରେରଖି ଘରକୁ ଆସିଲା l ବାପା ମାଙ୍କୁ ମଧ୍ୟ ଏହି କଥା କହିଲା l ରାକେଶର ବାପା ପ୍ରସ୍ତାବ ନେଇ ସ୍ମିତାର ଘରକୁ ଆସିଲେ l ସ୍ମିତାର ବାପା ପ୍ରଥମେ ଝିଅ କୁ ସୈନିକଙ୍କୁ ବିବାହ କରିବାକୁ ଚାହାଉଁନଥିଲେ କାରଣ ତାଙ୍କର ଗୋଟିଏ ଝିଅ ଯଦି ଅଚାନକ କଣ ହେଇଯାଏ l କିନ୍ତୁ ସ୍ମିତାର ଜିଦି ଆଗରେ ରାମଶଙ୍କର ବାବୁ ବିଫଳ ହୋଇଥିଲେ l ଶେଷରେ ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲେ l ଦୁଇଜଣଙ୍କର ବିବାହ ବୈଦିକ ରୀତିରେ ସମ୍ପର୍ଣ ହୋଇଥିଲା l ସ୍ମିତାର ସ୍ବପ୍ନ ସାକାର ହେଲା l ସେ ଭାବୁଥିଲା ମୁଁ ରାକେଶ କୁ ପାଇଗଲି ମୋର ଏଇଟା ସ୍ବପ୍ନ ନୁହେଁ ଟି l ଏହିପରି ତିରିଶ ଦିନ ବିତିଗଲା l ରାକେଶର ଛୁଟିଶେଷ ହେଲା l ସେ ସ୍ମିତାକୁ କଥା ଦେଇଗଲା ନେକ୍ସଟ ଟାଇମ ତୁମକୁ ମୁଁ ମୋ ପାଖକୁ ନେଇଯିବି ଜମାରୁ ବ୍ୟସ୍ତ ହେବନାହିଁ l ଏହିପରି କହି ସେ ବିଦାୟ ନେଲା ସ୍ମିତା ଠାରୁ l ସ୍ମିତା ମଧ୍ୟ ହୃଦୟର କୋହକୁ ଚାପିରଖି ବିଦାୟ ଦେଲା ରାକେଶ କୁ l 

ଏହି ମଧ୍ୟରେ ଛଅ ମାସ ବିତିଯାଇଛି l ଆଜି ସ୍ମିତା ବହୁତ ଖୁସି ଅଛି କାରଣ ରାକେଶ ଆଜି ଆସୁଛନ୍ତି ତାର ଅପେକ୍ଷାର ସମାପ୍ତି ହୋଇଛି l ରାକେଶଙ୍କ ପସନ୍ଦର ଶାଢ଼ୀ ପିନ୍ଧିଚି,ବିଭିନ୍ନ ଅଳଙ୍କାରରେ ସଜେଇ ହୋଇଛି l ମର୍ତ୍ତ୍ୟରେ ଅପସରା ଙ୍କ ଭଳି ପ୍ରତୀତ ହେଉଛି l ପାଦ ଆଉ ତାର ବସୁଧାରେ ଲାଗୁନାହିଁ l ଖୁସିରେ ପାଗଳ ଆଜି l ରାକେଶର ମନପସନ୍ଦର ରୋହି ମାଛ ଝୋଳ ରୋଷେଇ କରିଛି l ଠାକୁରଙ୍କୁ ମୁଣ୍ଡିଆ ମାରୁଛି ହେ ଭଗବାନ ମୋ ରାକେଶଙ୍କୁ ଭଲରେ ଭଲରେ ମୋ ପାଖକୁ ନେଇଆସ l ତାର ମଥାରେ ଲାଲ ସିନ୍ଦୂରଟି ଜକଜକ ହୋଇ ପାହାନ୍ତି ସୁରୁଜ ଭଳି ପ୍ରତୀତ ହେଉଛି l ହଠାତ ଫୋନ ରିଂ ବାଜି ଉଠିଲା ସ୍ମିତା ଦୌଡ଼ିଗଲା ରିଂ ଶୁଣି, ସେ ଜାଣିଚି ନିଶ୍ଚିନ୍ତ ରାକେଶ ଫୋନ କରିଥିବେ l ଫୋନ ଉଠାଇ ଯେତେବେଳେ କାନରେ ଦେଲା ମନ ପୁଲକରେ ହାଲୋ ରାକେଶ l ତାର ଓଠର ଶବ୍ଦ ଶେଷ ହେବା ପୂର୍ବରୁ l ସେପଟୁ କେତୋଟି ଅବାଂଛିତ ଶବ୍ଦରେ ତାର କାନର ପରଦା ଫାଟି ଗଲା ଭଳି ଲାଗିଲା l ରାକେଶ ଆଉ ନାହାନ୍ତି l ଘରକୁ ଛୁଟିରେ ଆସୁଥିବା କେତେଜଣ ସୈନିକଙ୍କୁ ଆତଙ୍କବାଦୀ ମାନେ ଫୁଲୁୱାନ ଠାରେ ବମ୍ ବିସ୍ପୋରଣ କରି ସେଦିନ ମୃତ୍ୟୁ ମୁଖକୁ ଠେଲି ଦେଇଥିଲେ ସେଥିରେ ଜଣେ ହତଭାଗା ସୈନିକ ଥିଲେ l ସ୍ମିତାର ରାକେଶ l ଏହି କଥା ଶୁଣି ସ୍ମିତାର ପାଦ ତଳୁ ମାଟିଖସିଗଲା l ସେ ହତବାକ ହୋଇ ଧରାଶାୟୀ ହୋଇଗଲା l ତାର କଣ ଏଇୟା ଦୋଷ ଥିଲା -ସେ ସୈନିକରେ ଯୋଗ ଦେବା ପାଇଁ ଓ ଦେଶ ସେବା କରିବା ପାଇଁ ସର୍ବଦା ରାକେଶକୁ ପ୍ରବତ୍ତାଉଥିଲା l ରାକେଶର ମୃତ ଶରୀର ଗାଁ କୁ ଆସିଲା କେତେବାଜା, ଢୋଲ ମୃଦଙ୍ଗ ବଜାଇ ଗ୍ରାମ ସାରା ଭ୍ରମଣ କରାଗଲା l ସ୍ମିତା ମୁଣ୍ଡ ପିଟି ରାକେଶ ମୃତ ଶରୀର ସାମ୍ନାରେ କହିଲା ମୁଁ କଣ ତୁମକୁ ଏଇଥି ପାଇଁ କହିଥିଲି ସୈନିକ ହେବା ପାଇଁ l ଏମିତି ଶତ୍ରୁଙ୍କୁ ସଂହାର ନକରି ଏମିତି କେଭେ ତୁମେ ଯିବନି l ତୁମର ମୃତ୍ୟୁ ହେଇନି ତୁମେ ଅମର l ତୁମେ ନିଶ୍ଚିନ୍ତ ଆସିବ l ଏଇ ସ୍ମିତାର କଥା ରଖିବାକୁ ହେବ ତୁମକୁ l ଏମିତି କହି ଚେତା ଶୂନ୍ୟ ହେଇଯାଇଥିଲା ସ୍ମିତା l ସମସ୍ତେ ସ୍ମିତାକୁ ମେଡିକାଲ ନେଇଯାଇଥିଲେ ଡାକ୍ତର କହିଲା ଖୁସି ଖବର l ସେ ମା ହେବାକୁ ଯାଉଛନ୍ତି l କିଛି ଦିନ ପରେ ସ୍ମିତା ଏକ ସୁସ୍ଥ ସବଳ ପୁତ୍ର ସନ୍ତାନର ଜନନୀ ହେଲା l ରାକେଶ ଭଳି ମୁଖ ମଣ୍ଡଳ, ସେଇ ଆଖି ନାକ ହସ l ସତରେ କଣ ବୀର ପୁତ୍ର ପୁନଃଜନ୍ମ ନେଇ ଶତ୍ରୁ ସଂହାର କରିବାକୁ ଫେରିଆସିଲେ l ମିତାର ଅଧୁରା ସ୍ବପ୍ନ କଣ ସତ କରିବ ଏହି ପୁତ୍ର ସନ୍ତାନ l ଧନ୍ୟ ଭଗବାନ l ଧନ୍ୟ ତୁମର ଲୀଳା l 


Writer's Details: ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ବେଦପୁର, ବାଙ୍କୀ, କଟକ, Phone - 8598886919
Content Category:
Submission Date: May 24, 2019

0 Comments