OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ପ୍ରକୃତି ସାଧୁଛି ଦାଉ - ଘନଶ୍ୟାମ ମହାନ୍ତ

ପ୍ରକୃତି ସାଧୁଛି ଦାଉ - ଘନଶ୍ୟାମ ମହାନ୍ତ



ଟାଇଁ ଟାଇଁ ଟାଇଁ ମାରୁଛି ଖରା
ବହୁଛି ଝାଞି ବାଆ
ଏମିତି ଖରା ତ ଦେଖିନି କେବେ
କୁହଇ ଜେଜେ ମାଆ ।
ଶୁଖିଗଲାଣି ନଦୀ ଝରଣା
କୂଅ ପୋଖରୀ ନାଳ
ସବୁଜ ବିଲ ପଡିଆ ଭୂଇଁ
ଶୁଖିକି ଫାଳ ଫାଳ ।
ସହି ହେଉନି ଖରା ତେଜକୁ
ସତେକି ନୁଆଁ ଝୁଲ
କୁଆଡେ ଗଲା ବରଷାରାଣୀ
ହେଲା ଏ କିସ କାଳ ।
କହନ୍ତି ଜେଜେ ଜାଣିପାରୁନ
ବଦଳି ଗଲାଣି ଯୁଗ
ପଦା ହେଲାଣି ବଣଜଙ୍ଗଲ
ବଦଳୁଛି ପାଣିପାଗ ।
ବଢୁଛି କେତେ ଗାଡିମଟର
ଶିଳିପ କାରଖାନା
ଛାଡୁଛି ନିତି କେତେ ଯେ ଧୂଆଁ
ମନରେ କର ଭାବନା ।
ସୁଖ ପଛରେ ଧାଇଁ ମଣିଷ
ଉଜାଡିଲା ପରିବେଶ
ନ ଜାଣିଲା ପରି ନିଜେ ନିଜର
କରୁଛି ସର୍ବନାଶ ।
ସେଇଥିପାଇଁ ଆମ ଉପରେ
ପ୍ରକୃତି ସାଧୁଛି ଦାଉ
ଆଜହୁଁ ଆମେ ନ ଜାଗିବା ଯଦି
ସୃଷ୍ଟି ରହିବନି ଆଉ ।

Writer's Details: ଘନଶ୍ୟାମ ମହାନ୍ତ
କରଦାଙ୍ଗୀ, ତେଲକୋଇ, କେନ୍ଦୁଝର -758019
Content Category:
Submission Date: May 18, 2019

0 Comments