ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପ୍ରକାରାନ୍ତେ ତୁମେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପ୍ରକାରାନ୍ତେ ତୁମେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପ୍ରକାରାନ୍ତେ ଢୁମେ
ଦାଉ ସାଧିଥାଅ
   ଅଧରମ ଯେବେ ଆସେ
ଧର୍ମ ସଂସ୍ଥାପନା-
ୟାର୍ଥେ, ଜାଦବ 
     ତୁମ ଅଭ୍ଵିଦୋୟ ଦିଶେ    ।।
ଯୁଗ ଯୁଗ ଧରି
ମୋର ପୂର୍ବଶୂରୀ
    ବେଦ,ପୁରାଣ, ଶାସ୍ତ୍ର ରେ
ପ୍ରମାଣ ଦିଅନ୍ତି
ବିଲିନ ହୋଇଛି
      କେତେ ଯୁଗ ଏ ମହୀରେ    ।।
ଅପକର୍ମ,ଅଧ-
ରମ  ବଳେ ନର
   ଡାକଇ ନିଜ ଦୁର୍ଦ୍ଦିନ
ହେଲାଣି ଆହୁରି
ହେବରେ କୁମର
   ବେଳଥାଉ ସାବଧାନ    ।।
ଦେବସ୍ଵ,ବ୍ରହ୍ମସ୍ଵ,
ଗୋଚର, ଶ୍ମଶାନ
   ଲୁଟିଲ ବଣ ଜଙ୍ଗଲ
ନଦୀ,ଝର,ନାଳ
କଲ ଅବରୋଧ
    ଗୋକୁଳ କେଡେ ବିକଳ    ।।
କୁଳ, ଗୋତ୍ର,ଜାତୀ,
ଧର୍ମ ବିବର୍ଜିତ
    ସୁସ୍ଥ ଔସଜନ୍ୟ ପ୍ରାଣୀ
ବିଚରଣେ ବିଶ୍ଵାସ
ରେ ହଳାହଳ
   ସେ ସତେକି ଉତ୍ଫଣି ଫଣି  ।।
ଅପକର୍ମ, ଅପ-
ସଂସ୍କୃତି ଜହର
     କରାୟତ କଲା ଯେବେ
ଥରାଇ ମହୀକୁ
କହିଲା ଧନରେ
   ସାବଧାନ ହୁଅ ସର୍ବେ   ।।
ପ୍ରକୃତି ନୀୟମେ
ଫୋନି ମହାବାତ୍ୟା
   ଶିଖି ଲ ଯଦିବା କଛି
ସାବଧାନ ହୁଅ
ବଞ୍ଚାଇ ରଖରେ
     ଯାହା ଅବଶେଷ ଅଛି   ।।

0 Comments