OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଭିନ୍ନ ଏକ ସ୍ଵର - ହାସ୍ୟମୟୀ ରାଜ୍

ଭିନ୍ନ ଏକ ସ୍ଵର - ହାସ୍ୟମୟୀ ରାଜ୍



ଅପେକ୍ଷାର ମୁହୂର୍ତ୍ତ
ଅସେ ନାହିଁ ହାତ ପାହାନ୍ତାରେ
ଅତୀତକୁ ଝୁରି ଝୁରି
ଝରିଯାଏ ଲୁହ ।
ନିଜକୁ ଦେଖେ
ସେ ଆଉ ଛୋଟପିଲା ନୁହେଁ,
ବୟସ କ'ଣ ଅଛି ?
ସେ ଆଉ କାନ୍ଦିପାରିବ,
ଲୁହ ଗଡେଇବ  ?
ସମୟ ଜାଳିଦେଇଛି
ସବୁକିଛି ଆବେଗ
ସବୁ ଅନୁରାଗ ।
ଆଜି  ସେ ଆଙ୍କୁଛି
ଜୀବନର ଜ୍ଯାମିତି
କଷୁଛି ଗଣିତ
ସମୟର ସୁଧକଷା ।
ସମୟ ଦେଇଛି
ଚାରିପାଖରେ
ଭରପୁର ସଂସାର
ହୁଏତ ପ୍ରାରବ୍ଧ ବା ପୂଣ୍ୟର ଫଳ ।
ଅଥଚ
ତା'ର ନିଜସ୍ବ ଦୁନିଆର
ବିସ୍ତୃତି ଭିତରେ
ସେ ଖୋଜୁଥାଏ
ଭିନ୍ନ ଏକ ପରିଚୟ
ଯେଉଁଠି ନ ଥିବ
ମାୟାର ଶୃଙ୍ଖଳ
କାମନାର କୁଝ୍ଝଟିକା,
ଯେଉଁଠି ଗୁଞ୍ଜରିତ
ହେଉଥିବ ତା ହୃଦୟର ସ୍ଵର,
ସେ ଥିବ ଏକଦମ୍ ଏକୁଟିଆ
ପଡୁନଥିବ କାହାର ଛାଇ
ଅବା ଶୁଭୁନଥିବ କାହାର ପଦଧ୍ୱନି ।।

Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: May 14, 2019

0 Comments