OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ପଞ୍ଚତନ୍ତ୍ର କାହାଣୀ - ନୀଳବର୍ଣ୍ଣ ଶୃଗାଳ କଥା

ପଞ୍ଚତନ୍ତ୍ର କାହାଣୀ - ନୀଳବର୍ଣ୍ଣ ଶୃଗାଳ କଥା

ବହୁ ପୁରାତନ କାଳର କଥା । ଗୋଟିଏ ଜଙ୍ଗଲରେ ପଶୁ ମାନଙ୍କ ଭିତରେ ଭାଳେଣି ପଡିଲା । ଆମର ଜଙ୍ଗଲ ରାଜ୍ଯରେ କିଏ ରାଜା ହେବ ? କାରଣ ସେହି ଜଙ୍ଗଲରେ ଗୋଟିଏ ହେଲେ ବାଘ ନଥାଏ ।ତେଣୁ ଅନ୍ଯ ପଶୁମାନେ କାହାକୁ ଜଙ୍ଗଲର ରାଜା କରାଇବେ ବୋଲି ଚିନ୍ତା କରୁ କରୁ ପଶୁମାନଙ୍କ ଭିତରେ ଶୃଗାଳଟିଏ ଥିଲା । ସେ ତ ବଡ ଚତୁର । ସେ ପଶୁମାନଙ୍କ ମୁହଁରୁ ଏ ଖବର ଶୁଣି ନିଜକୁ ଜଙ୍ଗଲର ରାଜା ହେବାପାଇଁ କପଟ ଆଚରଣ କଲା । ଦିନେ ଶୃଗାଳ ଜଙ୍ଗଲରେ ବୁଲି ବୁଲି ତାକୁ ଭାରି ଶୋଷ କଲା । ଜଙ୍ଗଲର ପାଦ ଦେଶରେ ଗୋଟିଏ ନଦୀ ପ୍ରବାହିତ ହେଉଥାଏ । ସେହି ନଦୀରୁ ପାଣି ପିଇ ନିଜର ତୃଷା ମେଣ୍ଟାଇବା ପାଇଁ ନଦୀକୁ ଆସିଲା । ନଦୀରେ ଧୋବାଟିଏ ତା'ର ଲୁଗା କଚାଧୁଆ କରୁଥାଏ । ଗୋଟିଏ କୁଣ୍ଡରେ ନୀଳ ପାଣି କରିଥାଏ । ଧୋବା ଲୁଗାପଟା ନୀଳ ଦେବାପାଇଁ । ଶୃଗାଳଟି ନଦୀରୁ ପାଣି ପିଇ ଉପରକୁ ଆସି ଧୋବାକରିଥିବା ପାଣି କୁଣ୍ଡ ମଧ୍ଯରେ ଡୁବିଯାଇ ଜଙ୍ଗଲକୁ ଧାଇଁଲା । ତାକୁ ଦେଖି ଜଙ୍ଗଲର ଅନ୍ଯ ପଶୁମାନେ ଆମ ଜଙ୍ଗଲକୁ କେହି ନୂଆଜୀବ ଆସିଛି ବୋଲି ଭାବିଲେ ।
       
ଆଉ ଦିନକର କଥା । ଶୃଗାଳଟି ତା'ର ନୀଳ ରଙ୍ଗ ଧାରଣ ପୂର୍ବକ ଗୋଟିଏ ଉଇ ହୁଙ୍କା ଉପରେ ବସି ଠେକୁଆ, କୁଟୁରା, ରାମଶିଆଳ, କେନ୍ଦୁଆ ପ୍ରଭୃତି ଜଙ୍ଗଲର ପଶୁମାନଙ୍କୁ କହିଲା ମୁଁ ଏ ଜଙ୍ଗଲର ରାଜା । ମୋ' ନିର୍ଦ୍ଦେଶମାନି ଆଜିଠାରୁ ଜଙ୍ଗଲରେ ଚଳିବ । ଏ ଖବର ଜଙ୍ଗଲରେ ଖେଳି ଗଲା । ଏହାଶୁଣି ଦନ୍ତାହାତୀ,ଭାଲୁ,ଚିତାବାଘ,ଠେକୁଆ,ରାମଶିଆଳ, ଗଧିଆ,ହେଟା,ହନୁମାଙ୍କଡ,ଭୁଆବିରାଡି,ନେଉଳ ଓ ଝିଙ୍କ ପ୍ରଭୁତି ପଶୁମାନେ ଏକତ୍ରିତ ହୋଇ ଗୋଟିଏ ବୈଠକ ବସାଇଲେ । ସବୁ ପଶୁମାନେ ଏକାଠି ହେଲେ । କିନ୍ତୁ ସର୍ବଶେଷରେ ନୀଳବର୍ଣ୍ଣ ଶୃଗାଳ କେଉଁଆଡେ ଥିଲା ସେଠାରେ ଆସି ପ୍ରବେଶ କଲା । ତାକୁ ଦେଖି ଅନ୍ଯ ପଶୁମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏପରି ପ୍ରାଣୀ ତ ଆମେ କେବେ ଆଖିରେ ଦେଖି ନାହୁଁ । ନୀଳବର୍ଣ୍ଣ ଶୃଗାଳ ସଭାରେ ବସିଥିବା ପଶୁମାନଙ୍କ କଥା ବୁଝିପାରିଲା ଯେ ସେମାନେ ତାକୁ ଚିହ୍ନି ପାରି ନାହାଁନ୍ତି । ଶୃଗାଳର କାରସାଦି ବଢିଗଲା । ସେ ଠିଆ ହୋଇ ସମସ୍ତ ପଶୁମାନଙ୍କୁ କହିଲା ବନ୍ଧୁମାନେ ମୋତେ ଡରୁଛକି ? ଏ ଜଙ୍ଗଲରେ ବହୁଦିନ ହେଲା ରାଜା କେହି ନାହାଁନ୍ତି । ତେଣୁ ମୁଁ ଅନ୍ଯ ଏକ ଜଙ୍ଗଲରୁ ଆସିଛି । ଆଜିଠାରୁ ମୁଁ ତୁମମାନଙ୍କର ରାଜା । ଏହାଶୁଣି ଦନ୍ତାହାତୀ କହିଲା ମହାଶୟ,ଆପଣ ଯଦି ଅନ୍ଯ ଏକ ଜଙ୍ଗଲରୁ ଆସି ଆମର  ଦୁଃଖସୁଖ ବୁଝିପାରିବେ ଆମର କିଛି ଚିନ୍ତା ନାହିଁ । କିନ୍ତୁ ଆପଣଙ୍କୁ ମନ୍ତ୍ରୀର ଆବଶ୍ଯକ ,କଟୁଆଳଟିଏ ଆବଶ୍ଯକ । ଆମ ଭିତରୁ କିଏ ଆପଣଙ୍କୁ ସହଯୋଗ କରିପାରିବ ଆପଣ ନିଜେ ବାଛି ନିଅନ୍ତୁ । ନୀଲବର୍ଣ୍ଣ ଶୃଗାଳକୁ ଜଙ୍ଗଲର ସବୁ ପଶୁମାନେ ଉଇହୁଙ୍କା  ଆସନ ବସିବାକୁ ଯୋଗାଇ ଦେଲେ ଓ ରାଜ ଅଭିଷେକର ସମସ୍ତ ବିଧିବିଧାନ କରି କହିଲେ ଆପଣଙ୍କୁ ପ୍ରଣାମ ମଣିମା । ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ । ନୀଳବର୍ଣ୍ଣ ଶୃଗାଳ ରାଜା ହୋଇ ନିଜକୁ ବହୁତ ଖୁସି ଅନୁଭବ କଲା । 
ଦନ୍ତାହାତୀ ହେଲା ମନ୍ତ୍ରୀ, ରାମଶିଆଳ ହେଲା କଟୁଆଳ,ଠେକୁଆ ଦୂତ,ଭାଲୁ ଓ ଚିତାବାଘ ସହଯୋଗୀ, ହନୁମାଙ୍କଡ ସେନାପତି ନିର୍ବାଚିତ କରି ନୀଳବର୍ଣ୍ଣ ଶୃଗାଳ ଗୋଟିଏ ଭୋଜିର ଆୟୋଜନ କରିଥିଲେ । ଏଥିରେ ଦୂତ ଠେକୁଆକୁ ପଠାଇ ସମସ୍ତ ଜଙ୍ଗଲର ପଶୁମାନଙ୍କୁ ଆମନ୍ତ୍ରଣ ହୋଇଥିଲା । ନୂତନ ରାଜାଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଙ୍ଗଲର ସମସ୍ତ ପଶୁକକୁଳ ଭୋଜିରେ ସାମିଲ ହୋଇଥାନ୍ତି । ଭୋଜିଖାଇ ଯଥା ସ୍ଥାନରେ ବୋବାଳି ଛାଡି ନାଚିବାକୁ ଲାଗିଲେ । କିନ୍ତୁ ଶୃଗାଳ ନିଜର ଭୀରୁତା ପ୍ରକାଶ ପାଇଯିବ ବୋଲି ଚିନ୍ତିତ ଥିଲେ । ସେ ଆଦୌ ବୋବାଳି ଭୁକୁ ନ ଥାଏ । ଏହା ଦେଖି ସମସ୍ତ ପଶୁ ଏକ ସ୍ବରରେ କହି ଉଠିଲେ ମହାରାଜ ବୋବାଳି ଛାଡୁ ନାହାଁନ୍ତି । ସେ ଆମକୁ ନାପସନ୍ଦ କରୁ ନାହାଁନ୍ତି ତ । ଏହାଶୁଣି ନୀଳବର୍ଣ୍ଣ ଶୃଗାଳ ସମସ୍ତ ଭିତରେ ମୁହଁ ଲୁଚାଇ ହୁକେ ହୁକେ ହୋ ରାବକରିବାରୁ ସମସ୍ତ ପଶୁମାନେ ଶୃଗାଳ ବୋଲି ଜାଣି ମାରି ଗୋଡାଇଲେ । ନୀଳବର୍ଣ୍ଣ ଶୃଗାଳ ଜୀବନ ବିକଳରେ ଦୁଇ ଉଇହୁକା ଉପରୁ ଡେଇଁପଡି ଲୁଚି ଛପି ଯାଇ ନଦୀରେ ଗାଧେଇ ପଡି ତା'ର କପଟି ନୀଳବର୍ଣ୍ଣ ଶରୀରକୁ ଶୃଗାଳ ଶରୀରରେ ସଜାଇ ରଖିଲେ ଓ ଧିରେ ଧିରେ ନିଜ ଜାତି ସ୍ବଜାତି ସହ ମିଶିଗଲେ ।

ସଂଗ୍ରାହକ - ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦

0 Comments