ମୁଁ ଗୋଟେ ଶ୍ରମିକ - ରୀତା ଅପରାଜିତା ମହାନ୍ତି

ମୁଁ ଗୋଟେ ଶ୍ରମିକ - ରୀତା ଅପରାଜିତା ମହାନ୍ତି

ନିଗାଡି ନିଜ ଦେହୁ ଝାଳ
ଦେଉଛି ମୁଁ ଦେଶ ବିକାଶରେ ବଳ ।
ଦିନ ରାତି ମୋର କାମ କରି କରି ବିତେ
ଦେଶ ପାଇଁ ମୁଁ ମୋ ରକ୍ତକୁ କରିଛି ପାଣି
ମୋ ତ୍ୟାଗ ମୋ ବଳିଦାନ କଥା କିଏ ମନେ ରଖିଛି
ମଇ ୧ କୁ ଶ୍ରମିକର ଦିବସ ବୋଲି
ପାଳିଦେଲେ ମୋ ଦୁଃଖ କଣ ସରିଯିବ....???
ମତେ ଟିକେ ସମ୍ମାନ ଲୋଡ଼ା
ମୁଁ ଯେ ଦିନ ରାତି ଦେଶ ସେବାରେ
ଏମିତି ଦିନ ଆସିବ ନିଶ୍ଚିୟ ଆସିବ 
ମୋ ଭୋକିଲା ଛୁଆଙ୍କ ପେଟ ପୁରିଯିବ।
ଶିକ୍ଷା ଦୀକ୍ଷା ସବୁ କ୍ଷେତ୍ରରେ ସେମାନେ ଆଗେଇ ଯିବେ।
ସେଦିନ ମୁଁ ମଧ୍ୟ ଗର୍ବରେ କହିବି ମୁଁ ଗୋଟାଏ ଶ୍ରମିକ ।

ପ୍ଲଟ ନ -୮୩(ସି)
ଆମ୍ରପଲ୍ଲୀ ,ଭୁବନେଶ୍ୱର -୨୧ ,ମୋ -୯୩୩୮୫୮୪୮୫୭

0 Comments