ମୋ ମାଆ - ଉଷାରାଣୀ ଦାସ

ମୋ ମାଆ - ଉଷାରାଣୀ ଦାସ

ଅଝଟ ହେଲେ ଅବା ରୁଷିଲେ
ବେଶି ଲାଗୁ ତୁ ନିଜର
ମୁଁ ନଖାଇଲେ ଖାଉନୁ କିଛି
ଜଗିଥାଉ ମୋ ପାଖର

ଏମିତି ବିତେ ମୋ ପିଲାଦିନ
ତହରି ପଣତ ତଳେ
ଏବୟସରେ ସେ କଥା ଭାବି
ଆଖିରୁ ଲୁହ ଝରେ

ପନ୍ଦରପ୍ରାଣୀ କୁଟୁମ୍ବର
ଥିଲୁ ତୁ ସାହା ଭରସା
ମୂଲିଆ ପାନିଆଙ୍କ କଥା ବୁଝିବି
ନଥିଲା ମନେ ହତାସା

ଚରକି ପରି ତୁ ଘୁରୁଥିଲୁ
ସକାଳୁ ସଞ୍ଜଯାଏ
ଘରର କାମ ଯେତେ ଥିଲାପିଠିରେ
ମନରେ ଦୁଃଖ ନଥାଏ

କେବେ ଦେଖିନି ଆଖିରେ ଲୁହ
ଦେଖିନି ତ ଥକା
ଖୁସି ଖୁସିରେ ସବୁ କାମ ସାରୁ
ନଥାଏ ମନେ ତ ଦକା

ପାଠ ପଢାରେ ଥାଏ ମୋ ମନ
ବିତାଇ ଦିଏ ସାରା ଦିବସ
ଦୁନିଆ ଦାରିରେ ଧାଏ ଧାରେନା
ତୁ ଥିଲୁ ମୋ ମର୍ଗ ଦର୍ଶକ

ଆଜି ତୋ ଦାୟିତ୍ବ ମୁଁ ନିଭାଉଛି
ପାଇ ତ ଠାରୁ ଭରସା
ହେଲେ ବି ବୁଝେନା ଅବୁଝା ମନ
ଦେଇ ପାରୁନି ସେ ସୁରକ୍ଷା

କେଉଁ ଗୁଣରେ ସରି ମୁଁ ହେବି
ଆଜି ମୁଁ ବି ଜଣେ ମାଆ
ତ ତ୍ୟାଗ ତ ମମତା ଆଗେ
ତଉଲେ ନିଜ ଦୁନିଆ

ତ ଆଶିଷ ତ ଭଲପାଇବାକୁ
ଆଜିବି ବିକିଚାଲିଛି
ମୋ ଅଧିକାର ସ୍ବଭିମାନ ପାଇଁ
ଆଜିଭି ଲଢି ଚାଲିଛି
🔸🔸🔸🔸🔸
ଖାନନଗର, ବାଲେଶ୍ବର
Sent from my Samsung Galaxy smartphone.

0 Comments