କ୍ଷୁଦ୍ରଗଳ୍ପ - ମନରେ ବନ୍ଧା ହୃଦୟ - ନାରାୟଣ ଚନ୍ଦ୍ର ସେନାପତି

କ୍ଷୁଦ୍ରଗଳ୍ପ - ମନରେ ବନ୍ଧା ହୃଦୟ - ନାରାୟଣ ଚନ୍ଦ୍ର ସେନାପତି

ସେଦିନ ଟ୍ୟୁଟରିଆଲ୍ ରୁ କୋଚିଂ ସାରି ଫେରୁଥିଲା ହୃଦୟ,ପ୍ରି ୟ ରଂଜନଙ୍କ ଏକ ମାତ୍ର କନ୍ୟା । ସାଇକେଲରେ ଫେରିବା ବାଟରେ ସବୁଦିନ ପରି ତାର ବାଟ ଓଗାଳି ହଇରାଣ କଲା ଅନ୍ତର, ବିଧାୟକ ପ୍ରେମ କୁମାରଙ୍କ ଗେହ୍ଲା ପୁଅ । ସହିବାର ତ ସୀମା ଅଛି । ହୃଦୟ ଚିତ୍କାର କଲା । ତାର ପାଟି ଶୁଣି ଆସିଲେ ଅନେକ ଲୋକ, ଅନ୍ତରକୁ ଉତ୍ତମ ମଧ୍ୟମ ଓ ଚେତାବନୀ ଦେବାକୁ ପଛେଇଲେ ନାହିଁ । ହେଲେ କୁକୁର ଲାଙ୍ଗୁଡ଼ ପରା ବଙ୍କା, ଆଙ୍ଗାର ଶତ ଧୌନେ ଚ ମଳିନଂ ଙ ମୁଚ୍ୟତେ।ସେ ବା ବଦଳିବ କିପରି ?
   
ପୁଅକୁ ଏପରି ମାଡ଼ ଓ ଅପମାନ ବିଧାୟକଙ୍କ ଆତ୍ମାକୁ ବାଧିଲା।ରକ୍ତ ଚାଉଳ ଚୋବାଉଥାନ୍ତି ସେ।ହେଲେ ରାଜନୀତିର ପଶାପାଲିରେ ଖେଳିବାକୁ ଚାହିଁଲେ ଓ ପୁଅ ଅନ୍ତରକୁ ଧରି ପ୍ରିୟ ରଂଜନଙ୍କ ଘରକୁ ଯାଇ ଅନେକ ବିନତି ହେବାର ଅଭିନୟ କଲେ।ଅନ୍ତର ବି ହୃଦୟକୁ କ୍ଷମା ମାଗିଲା।ସରଳ ନିରୀହ ପରିବାର ଏ ଅଭିନୟକୁ ସନ୍ଦେହ ଙ କରି ବାସ୍ତବ ଭାବିଲେ।ତାପରେ ଅନ୍ତରର ଯାଦୁକାରୀ ଚକ୍ରବ୍ୟୁହରେ ଥରି ଗଲା ହୃଦୟର କୋମଳ ହୃଦୟ।ପରସ୍ପରର ଆକର୍ଷଣ ଓ ଭଲ ପାଇବା ଦିନକୁ ଦିନ ହେଲା ନିବିଡ଼।ଦୁର୍ଘଟଣା ପରେ ହୃଦୟକୁ ପଢ଼ାଇବାକୁ ଘରକୁ ଆସୁଥାନ୍ତି ଯୁବ ବିଦ୍ୱାନ ଅଧ୍ୟାପକ ମନୋରଞ୍ଜନ ଓରଫ ମନ ବାବୁ।ବାପା ପ୍ରେମ କୁମାରଙ୍କ ଅନୁରୋଧ କ୍ରମେ ଅତି ଉପାଦେୟ ନୀତିବାଣୀ ଓ ଜୀବନ ଦର୍ଶନ ଅମୃତବଚନ ଶୁଣାଉଥାନ୍ତି ମନ ସାର୍।ହେଲେ ଅନ୍ତରର ପ୍ରେମ ସାଗରରେ ପହଁରିବା ଦିନ ଠାରୁ ସେ ଭୁଲିଯାଇଥିଲା ଆଦର୍ଶ,ମର୍ଯ୍ୟାଦା ଓ ନାରୀର କର୍ତ୍ତବ୍ୟ, ସ୍ଵଭାଵ ଓ ଭୂଷଣ।
   
ଦିନକର କଥା, ଅନ୍ତର ବୁଲାଇ ନେଇଥାଏ ହୃଦୟକୁ ସମୁଦ୍ରକୂଳ।ପୂର୍ବ ପ୍ରସ୍ତୁତ ଯୋଜନା ଅନୁସାରେ କିଛି ସମୟ ବିତାଇବାକୁ ନିର୍ଘଣ୍ଟ କରିଥିଲା ଏକ ଗେଷ୍ଟ ହାଉସ।ସମ୍ପର୍କର ନିବିଡ଼ତା ଓ ବିଶ୍ୱାସର ଗାଢ଼ତା  କରିପାରିଲାନି ଅନ୍ତରର ନିବେଦନର ପ୍ରତ୍ୟାଖ୍ୟାନ।ସରଳା ନିରୀହା ସରଳ ବିଶ୍ୱାସୀ ଅନ୍ତର କେବଳ ଶାରୀରିକ ସମ୍ପର୍କ ରଖି ନ ଥିଲା,ମୃଦ୍ୟୁ ପାନୀୟରେ ନିଶାଦେଇ ତା ଉଲଗ୍ନ ଦେହକୁ ଫଟୋ କରି ଆଣିଥିଲା ଚତୁରତାର ସହ।ତାପରେ ଚାଲିଲା ପ୍ରତାରଣା।ପ୍ରତିଶୋଧ ପରାୟଣ ଅନ୍ତରର ଅନ୍ତରକୁ ପରଖି ନ ଥିବା ହୃଦୟ ଶେଷରେ ଅନ୍ତସତ୍ତ୍ଵା ହୋଇ ତା ନିଜ ହୃଦୟକୁ ଆଘାତ ଦେଇଥଲା।ଅନ୍ତରକୁ ଏ ସମ୍ବନ୍ଧରେ କହିବାରୁ ସେ ତାକୁ ଧିକ୍କାର କଲା।ବିବାହ ତ ଦୂରର କଥା ଏ ଥିଲା ତୋତେ ମୋର ପ୍ରତିଶୋଧ ବୋଲି କହିଥିଲା।ହୃଦୟର ଆଶା ଭରସାର ଆକାଶରେ ଦୁଃଖର ଧୂମକେତୁ ଉଙ୍କି ମାରିଲା।ଆକାଂକ୍ଷାର ବଜ୍ରଟା ଖୀନ ଭିନ କରି ପକାଇଲା ତା ସୁକୋମଳ ହୃଦୟକୁ।କଣ କରିବ ସେ।କାହାକୁ କହିବ ଏ ଅକୁହା କଥା।

କିଂକର୍ତ୍ତବ୍ୟବିମୁଢ ହିମାଳୟ ପାଦଦେଶରେ ଛିଡ଼ାହୋଇ ସେ ପ୍ରତିକ୍ଷଣ କ୍ଷତ ବିକ୍ଷତ ହେଉଥିଲା ଦାରୁଣ ନିଦାଘର ଅପବାଦର କ୍ରୁର ଧ୍ଵନିରେ।ଲୋକନିନ୍ଦାର ଭୁତାଣୁଙ୍କ ପରିହାସ  କମ୍ପିତ କରୁଥାଏ ତା ହୃଦୟକୁ।ନିଜ ଦୁଃର୍ଭାଗ୍ୟ ଓ ଭୁଲ୍ କୁ ଭାଳି ଭାଳି ସେ ଗଣୁଥିଲା ଭବିଷ୍ୟ ଅନ୍ଧକାରର ଅମାବାସ୍ୟା ଗୁଡାକୁ।ବାରମ୍ବାର ଅନ୍ତରକୁ କହିବା ପରେ ବି ସେ ଆନୁଗତ୍ୟ ଦେଖାଇବା ବଦଳରେ ତାକୁ ଧମକ ଚମକ ଓ ବ୍ଲାକ ମେଲିଙ୍ଗ କଲା ସେ ନଗ୍ନ ଫଟୋ ଭୟ ଦେଖାଇ।ଶେଷରେ ଅନ୍ତରର ଧମକ,ଯଦି ଏ ପାପ ମୋର କହୁ, ତୁମ ମନ ସାରଙ୍କର ବୋଲି ନ କହୁ ତେବେ ତୋତେ,ତୋ ପରିବାର ଓ ମନ ସାରଙ୍କୁ ଜୀବନରୁ ମାରିଦେବି।
    
କ'ଣ କରିବ,ଦ୍ବନ୍ଦ୍ୱର ସୁଅରେ ନିଜକୁ ଭସାଇ ଚିନ୍ତା କରୁଥିଲା.... ଏ କୂଳରେ ହେବ ନା ସେ କୂଳରେ ହେବ,....ନା ନଦୀକୁ ଡେଇଁବ।ବିବେକ ତା ଗାଲକୁ ଶକ୍ତ ଚାପୁଡ଼ା ମାରୁଥାଏ।ମନ ସାର୍ ମୋ ଗୁରୁ,ସାକ୍ଷାତ ଭଗବାନ,ଜଣେ ଚରିତ୍ରବାନ ବ୍ୟକ୍ତି,ତାଙ୍କ ନାମରେ ଅପବାଦ ଦେଲେ ନର୍କଗାମୀ ହି ସୁନିଶ୍ଚିତ।ଏପଟେ ପିତାମାତାଙ୍କ ଜୀବନ,ଯିଏ ମୋତେ ଏ ସଂସାରକୁ ଆଣିଛନ୍ତି,ଜୀବନ ଦେଇଛନ୍ତି,ତାଙ୍କ ଋଣ ପରିଶୋଧ କରିବି କ'ଣ.. ତାଙ୍କୁ ମୋ ଭୁଲପାଇଁ ମୃତ୍ଯୁଦଣ୍ଡ ଦେଇ।ଏପଟେ ମୁଁ ଜଣେ ଶିକ୍ଷା ଦୀକ୍ଷା ର ଅଧିକାରିଣୀ ହୋଇ ନିଜ ସହ ଏକ ନିଷ୍ପାପ ଶିଶୁର ଜୀବନ ନେଵି,ଏପରି ଗୁରୁତର ଅପରାଧ କରି ନର୍କଗାମୀ ହେବି।ଏପରି ବିବେକର ବଡ଼ଦାଣ୍ଡରେ ଧର୍ମଦ୍ରୋହୀ କିପରି ହେବି।ଶେଷରେ ଅନ୍ତଚେତନାର ବ୍ୟାଖ୍ୟା, ବିଷ୍ଳେଷଣ,ସମ୍ଭାବନା ସବୁ ସତେ ଯେମିତି ତା ସୁନ୍ଦର ଜୀବନକୁ ରାମ୍ପି ବିଦାରି କ୍ଷତାକ୍ତ କରୁଥାଏ।ଶେଷରେ ଗୋଟିଏ ଦିଗକୁ ଆଦରି ନେଲା ସଭିଙ୍କ ଭଲ ପାଇଁ।ଜାଣିଲେ ପିତାମାତା ହୃଦୟର ଅନ୍ତସତ୍ତ୍ଵା ଖବର,ପ୍ରଶ୍ନ ପରେ ପ୍ରଶ୍ନ ବାଣ,ଅସ୍ତ ବ୍ୟସ୍ତ କରୁଥାଏ ତା ମନ,ହୃଦୟ,ଆତ୍ମା,ପ୍ରାଣ ଓ ସ୍ପନ୍ଦନକୁ।ଶେଷରେ କହିଲା ଏଥିପାଇଁ ମନ ସାର୍ ହି ଦାୟୀ।ଗୁରୁ ଶିଷ୍ୟ ପଵିତ୍ର ସମ୍ପର୍କରେ ଏକ କଳଙ୍କ,ପୁଣି ମିଥ୍ୟା ରେ।ଡ଼କରା ପଡିଲା ମନ ସାରଙ୍କୁ।ଏ ସମ୍ବାଦ ତାଙ୍କ ମନରେ ବଜ୍ର ପକାଇଲା।ସତରେ ଏ ଯୁଗରେ କ'ଣ ଧର୍ମ ନାହିଁ ?ଏ ପବିତ୍ର ସମ୍ପର୍କରେ ଦାଗ କଣ ଗୁରୁ ଦକ୍ଷିଣା ? ମନ ସାର୍ ବି ନିର୍ଭୀକ।ସେ ପ୍ରସ୍ତୁତ ଥାଆନ୍ତି ଏ ସତ୍ୟ ଓ ଧର୍ମକୁ ନେଇ ସେ ନିଶ୍ଚୟ ଲଢ଼ିବେ ଓ ନ୍ୟାୟ ପାଇଁ କଳଙ୍କର ଦାଗକୁ ଲିଭାଇବେ।ବାଟରେ ବିଧାୟକ ପୁଅ ଅନ୍ତରର ଧମକ ଓ ଭତ୍ସନା ବ୍ୟତିବ୍ୟସ୍ତ କରି  ପକାଇଲା ତାଙ୍କ  ମନକୁ। ଆଶଙ୍କା ଓ ଭୟ ତାଙ୍କୁ ଧକ୍କା ଦେଉଥାଏ।ନିଆଁ ନ ଥାଇ ବି ଧୂଆଁ।ଏ ବିଚିତ୍ର ସହର,ବିଚିତ୍ର ସମାଜର ନୀତି।

  ପହଁଚିଲା ହୃଦୟ ଘରେ।ହୃଦୟର ପିତା ମାତାଙ୍କ ଅସୌଜନ୍ୟ ବ୍ୟବହାର,ଭତ୍ସନା ତା ପ୍ରାଣକୁ କଲ ବଲ କରୁଥାଏ।ଆଖିରୁ ବିଗଳିତ ହେଉଥାଏ ଲୁହ ତ ନୁହଁ ଅଜସ୍ର ରୁଧିର। ଖାଲି କହୁଥାଏ ହୃଦୟ,ମୁଁ ତୁମର କ'ଣ ଦୋଷ କରିଥିଲି ଯେ, ମିଛରେ ଏତେ ବଡ଼ କଳଙ୍କ ପାପର ବୋଝ ଲଦିଦେଲ?ହୃଦୟର ଆଖିରୁ ବି ବନ୍ୟାର ଧାର।ଆଶ୍ଚର୍ଯ୍ୟ ଲାଗୁଥାର ମନକୁ।କିଛି ଗୂଢ ରହସ୍ୟ ନିଶ୍ଚୟ ଅଛି।ଏକାକୀ କଥା ହୋଇ ସମସ୍ତ ତଥ୍ୟ ଅବଗତ ହେଲା।ନିଜକୁ ଆଶ୍ୱସ୍ତି କରି ଏକ ମହାନ କାମ କରିବାକୁ ସଂକଳ୍ପ ନେଲା।ବିବାହ କଲା ହୃଦୟକୁ।ସେହି ଦିନୁ ମନର ମନ ସହ ବନ୍ଧା ହେଲା ହୃଦୟର ହୃଦୟ।
  
ଦିନ ପରେ ଦିନ ଗଡ଼ି ଚାଲିଲା ଘଟଣା ଦୁର୍ଘଟଣାକୁ ଆପଣେଇ ନେଇ।ଜନ୍ମ ନେଲା ଏକ ସନ୍ତାନ।ପରର ଶିଶୁକୁ ନିଜ ଛାତିକୁ ଆଉଜି ନେଇ ମନ ଯେବେ ଆକାଶକୁ ଚାହିଁଲା ସତେ ଯେମିତି ଭଗବାନ କହୁଥାନ୍ତି,ରେ ମନ...ତୁ ସତରେ ମହାନ।କିଏ ଭାଙ୍ଗିବି ତୁମ ସମ୍ପର୍କର ସେତୁ।ଯୁଗେ ଯୁଗେ ଡାକ ପଡେ ମନରେ ବନ୍ଧା ହୃଦୟ। ଏକ ବିସ୍ଫୋରଣରେ ଜଳିଗଲେ ଅନ୍ତର ଓ ପ୍ରେମ କୁମାର।ସେଦିନ ସତେ ଯେମିତି ବାୟୁମଣ୍ଡଳ ଆନନ୍ଦରେ ମହାଭାରତର ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ଧ୍ଵନି ନେଇ କହୁଥିଲା, ରେ ହୃଦୟ.....ତୁ ପରା ମନରେ ବନ୍ଧା।

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

0 Comments