ତୁମେ ମୋ ଜନ୍ମଜନ୍ମାନ୍ତର ସାଥୀ 
ସ୍ୱର୍ଗ ଠାରୁ ଗରୁ ପରମେଶ୍ୱର
ତୁମ ବ୍ୟତିରକେ ଜୀବନ ନିରଶ
କ୍ଷଣିକେ ହୋଇବ ଛାରଖାର||
ବହୁ ଶପଥ କରି ବିବାହ ବେଦିରେ
ପିତାଙ୍କୁ ହସ୍ତ ମୋର ମାଗିନେଲ
ମଧୁର ବଚନ କହି ମୋହରି ମନ
ଅଚିରେ ଚୋରି କରି ନେଲ ||
କଉଡ଼ି ଖେଳବେଳେ କପଟେ ଜିତିଲ
ଜାଣି ଜାଣି ହାରମାନିଲି ମୁହିଁ
ହାତଗଣ୍ଠି ଯେବେ ତୁମ ସାଥେ ପଡିଲା
ଭାବିଲି ଜୀବନେ ରହିବ ସାଥୀହୋଇ|
ନିଜଲୋକଙ୍କୁ ପର କରି ମୁହିଁ
ଆଶ୍ରିତା ହେଲିତୁମପରିବାରେ
କଥା ଦେଉଛି ତୁମକୁ ମୁହିଁ
ସଭିଙ୍କୁ ବାନ୍ଧିବି ମମତା ଡୋରିରେ||
ମା ବଦଳେ ଶାଶୁ ଭଉଣୀ ପରି ନଣଦ
ଦିଅରକୁ ଭାଇ ବୋଲି ମଣିବି
ଏକତାରଜ୍ଜୁ ରେ ସଭିଙ୍କୁ ବାନ୍ଧି
ସ୍ୱର୍ଗପୁର ପରି ଗଢିତୋଳିବି||
ଝଗଡା ହିଂସା ଦ୍ୱେଷ ଗୃହେସ୍ଥାନଦେବିନି
ସେଥିପାଇଁ ସଜାଗ ହେବି
ପକ୍ଷପାତ ମନବୃତ୍ତି ନରଖି
ବଡ଼ସାନଙ୍କୁ ସମାନରେ ପରସିବି||
ଶାଶୁଶଶୁରଙ୍କ ସେବାରେ ମଗ୍ନହେବି
କେବେମନ୍ଦିରମୋ ଲୋଡ଼ା ନାହିଁ
ସେ ଯେ ଅଟନ୍ତି ଜୀବନ୍ତ ଦେବତା
ଉଷା ଉପାସ କରିବିମୁଁ କାହିଁପାଇଁ||
କଥା ଦିଅ ସାଥୀ ପରକରିବନି
ସ୍ନେହ କାଙ୍ଗାଳି ଝିଅଟିଏ ମୁହିଁ
ତୁମେ ହେବ ଜନମ ଜନମ ସାଥୀ
କଥାଦିଅ ମୋହରି ମଥା ଛୁଇଁ||

Writer's Details: ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ (ଶିକ୍ଷୟିତ୍ରୀ)
ବେଦପୁର, ବାଙ୍କୀ, କଟକ
Content Category:
Submission Date: May 29, 2019