ନିଦାଘ ତାଉ ଭୁଲିଯାଅ ବନ୍ଧୁ
ଏବେ ଫୋନିର ମାଡ
ଓଡିଶାକୁ ଗ୍ରାସିଛି ଶନି
ଉପକୂଳ ହେଲାଣି ବେହାଲ

ପବନ ମାତ୍ରା ବଢି ଚାଲିଛି
ଭାରି ବିକଳ ସ୍ଥିତି
ଗଛବୃଛ ସବୁ ଉପୁଡି ପଡୁଛି
ଭାବିଲେ ବଢୁଛି ଭୀତି

ଏ ଘୋର ବିପଦୁ ଉଧାରିବାକୁ
ଜଗାକୁ କରିଛୁ ଆଶା
ଚାରଆଡେ ଦିଶେ ଘୋର ଅନ୍ଧାର
ପାଉନି ଆଉ ଭରସା

ଦୁଇ ହାତଟେକି ଡାକୁଛି ଆକୁଳେ
ରକ୍ଷାକର ଚକାଆଖି
ଆଜି ଉତ୍କଳର ଏ ଦୁର୍ଦିନ ବେଳାରେ
ତ କରୁଣା ଦେ ବରଷି।

🔸🔸🔸🔸🔸
ଜମ୍ବେଶ୍ବରପୁର,ବାଲେଶ୍ବର

Sent from my Samsung Galaxy smartphone.