କ୍ଷୁଦ୍ରଗଳ୍ପ - ବିରହର ଶେଷସୀମାରେ ଦୁଇଟି ନୀଡ଼ - ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

କ୍ଷୁଦ୍ରଗଳ୍ପ - ବିରହର ଶେଷସୀମାରେ ଦୁଇଟି ନୀଡ଼ - ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ

ଦାରୁଣ ନିଦାଘ ପୃଥିବୀକୁ କବଳିତ କରିଥିଲା ସମୟ ମୌସୁମୀଟା ଆସି ବରଷି ଯାଇଛି ମଦନ ପୁର ଗ୍ରାମରେ lରଜ ପର୍ବ ସମସ୍ତେ ବହୁତ ଆନନ୍ଦ ରେ ମନାଉଛନ୍ତି l କବାଡି, ଲୁଡୁ, ତାସ ଓ ରଜ ଦୋଳିର ଆନନ୍ଦ ସମସ୍ତେ ଖୁସିରେ ମନଉଥାନ୍ତି l ସୂର୍ଯ୍ୟ ଆଜି ପାଷାଣ ପାଲଟି ଯାଇଛି କାରଣ ତାର ପ୍ରିୟତମା ଆଉ ଏଇ ଦୁନିଆରେ ନାହିଁ l ଦିନ ଥିଲା ସୂର୍ଯ୍ୟ କେତେ ହସକୁରା ଆଉ ମିଶାଣିଆ ପିଲାଟିଏ ଥିଲା l ଏକ ସୁଖଦ ମୁହୂର୍ତ୍ତରେ ତାହାର ଦେଖା ହେଲା ରାଣୀ ସହିତ l ରାଣୀ ରୁପ ରେ ଅପସରା ଙ୍କ ଠାରୁ ଅଧିକ ସୁନ୍ଦର ଥିଲା l ତାକୁ ଯିଏ ଦେଖୁଥିଲା ଘଡ଼ିଏ ଚାହିଁରହୁଥିଲା l ରାଣୀ କୁ ଦେଖିଲା ପରେ ସେ ନିଜକୁ ନିଜେ ଭୁଲିଯାଇଥିଲା l ରାଣୀ ମଧ୍ୟ ସୂର୍ଯ୍ୟ ପ୍ରତି ଆକୃଷ୍ଟ ହୋଇସାରିଥିଲା l ରାଣୀ ଥିଲା ସରଳ ନିରୀହ ଗାଉଁଲି ଝିଅଟିଏ l

ଛନ୍ଦ ମାୟା କଣ ଜାଣେନି lଦୁହେଁ ଦୁଇଜଣକୁ ଗୋଟେ ମୁହୂର୍ତ୍ତ ଛାଡିକି ରହିପାରୁନଥିଲେ l କେତେବେଳେ ଗାଁମୁଣ୍ଡ ଶିବ ମନ୍ଦିର,ପୁଣି ନଈପଠା ସବୁଠାରେ ଦୁଇଜଣ ପ୍ରେମୀଯୁଗଳ ଙ୍କୁ ଦେଖିବାକୁ ମିଳୁଥିଲା l ଦୁଇଜଣ ପରିବାର ଏକଥା ଜାଣିପାରିଲେ l ସେମାନେ ଦୁଇଜଣଙ୍କ ବିବାହ କରିବାକୁ ସ୍ଥିର କଲେ l ଏପରି ଭାଗ୍ୟ କାହା ଭାଗ୍ୟରେ ଅଛି,, କାହାର ସତ୍ୟ ପ୍ରେମ ଏତେ ଶୀଘ୍ର ସଫଳ ହେଉଛି l ଦୁଇଜଣଙ୍କ ପାଦ ଆଉ ବସୁଧା ରେ ଲାଗିଲାନି lଦୁଇ ନୀଡ ଖୋଲା ଆକାଶରେ ଘୁରିବୁଲିଲେ l  l ଦୁଇ ପରିବାର ବିବାହ କାର୍ଯ୍ୟ ରେ ଲାଗି ପଡିଲେ ବିବାହ ପାଇଁ ସବୁ ସାମଗ୍ରୀ କିଣା ହୋଇଗଲା l ମଙ୍ଗଳକୃତ୍ୟ ଦିନ ସୂର୍ଯ୍ୟ ଆଉ ରାଣୀ ଗାଁ ପାଖ ଏକ ପର୍ବତକୁ ଯାଇଥିଲେ lସେଠି ଗ୍ରାମ ଦେବୀ ଙ୍କ ପାଖେ ପୂର୍ବରୁ ମାନସିକରଖିଥିଲେ, ଯଦି ତାଙ୍କ ପ୍ରେମ ସଫଳ ହୁଏ ତେବେ ସେ ଆସି ମାନସିକ ପୂରଣ କରିବେ l ଦେବୀ ମାଙ୍କଠାରେ ମାନସିକ ପୁରଣ କରି ବିଦାୟ ନେଇ ଆସିଲା ସମୟ ରେ ରାଣୀ କହିଲା -ସୂର୍ଯ୍ୟ ମୁଁ ଏଇ ପର୍ବତ ଉପରକୁ ଟିକେ ଚଢିକି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବି l ସୂର୍ଯ୍ୟର ବାରଣ ସତ୍ୱେ ସେ ଉପରକୁ ଉପରକୁ ଗଲା l  କହିଲା ସୂର୍ଯ୍ୟ ତୁମେ ବି ଆସ l ଆସ ସୂର୍ଯ୍ୟ ଆସ ଏହିପରି କହି କହି ଚାଲିଥାଏ ହଠାତ ରାଣୀର ପାଦ ପର୍ବତର ପିଛିଳ ପ୍ରସ୍ତରରେ ପାଦ ଖସିଗଲା l

ସୂର୍ଯ୍ୟ ରାଣୀ ରହିଯାଅ ରାଣୀ ରହିଯା ଆର୍ତ୍ତନାଦ କରି ସ୍ଥାଣୁ ପାଲଟିଗଲା l ତଟ, ଘାସ ଓ ବୁଦା କ୍ଷଣିକ ପାଇଁ ରାଣୀର ଅଶଲେଷ ରେ ସ୍ତବ୍ଧ ହୋଇଗଲା l ରାଣୀ ପର୍ବତ ରେ କଚାଡି ହୋଇ ସବୁଦିନ ପାଇଁ ସୂର୍ଯ୍ୟ କୁ ପରକରି ଆକାଶର ଅତଳ ସାଗରରେ ଲିନ ହୋଇଗଲା l ଦୁଇ ଜଣଙ୍କର ପ୍ରେମକୁ ସତେ ଅବା କାହାର କ୍ରୁର ନଜର ଲାଗିଗଲା l ଆଜି ସୂର୍ଯ୍ୟର ନୀରବତା ଯଦି ଭାଙ୍ଗିଥାଏ ସିଏହେଉଛି ରାଣୀ lସୂର୍ଯ୍ୟ ଏବେ ବି ଭାବୁଛି ରାଣୀ ବଞ୍ଚିଛି l ନିରୋଳାରେ କେତେଥର କାହା ସାଥିରେ ଗୁଣୁ ଗୁଣୁ ହୋଇ କଣ ସବୁ ଗପେ l ସୂର୍ଯ୍ୟର ଘର ଲୋକ ଭାବନ୍ତି ପାଗଳ ହୋଇଯାଇଛି ପୁଅ ଆମର ବହୁତ କାନ୍ଦନ୍ତି l   କିନ୍ତୁ ପ୍ରକୃତରେ ସେ ପାଗଳ ହୋଇନଥାଏ l ରାଣୀ ତା ପାଖକୁ ଆସୁଥିଲା ପରୀଟିଏ ହୋଇ କହୁଥିଲା ମୁଁ ତୁମକୁ କିପରି ପର କରି ଛାଡି ଚାଲିଯିବି l ଆମେ ପରା ଗୋଟିଏ ନାଆର ଯାତ୍ରୀ ତୁମକୁ ସାଥିରେ ମୁଁ ନେଇଯିବି ଆମେ ଦୁଇଜଣ ଆର ଜନ୍ମ ରେ ପୁଣି ଏକାଠି ହେବା ଆମର ଅଧୁରା ସ୍ବପ୍ନ କୁ ପୁରଣ କରିବା l ସୂର୍ଯ୍ୟ ଆସ ମୋ ସହିତ ଆସ କହି ସୂର୍ଯ୍ୟ କୁ ହାତ ଠାରି ଡାକୁଥିଲା ରାଣୀ l ସୂର୍ଯ୍ୟ ମଧ୍ୟ ରାଣୀର ନିକଟତର ହୋଇଯାଉଥିଲା ରାତ୍ରି ପ୍ରାୟ ବାରଟା ହୋଇଥିଲା ନିସ୍ତବ୍ଧ ନିରୋଳା ଅମାବାସ୍ୟା ରାତ୍ରିରେ ଦୁଇ ଆତ୍ମାର ମିଳନ lଭୂତ ଓ ବର୍ତ୍ତମାନର ମିଳନ l ବିରହର ଆଜି ସମାପ୍ତି ଘଟିଛି ହଠାତରଜ ଅମାବାସ୍ୟା ଦିନ ରାତିରେ ସୂର୍ଯ୍ୟର ହୃତ୍ସ୍ପନ୍ଦନ ବନ୍ଦ ହୋଇଗଲା l ସବୁଆଡେ ଖବରଟା ଖେଳିଗଲା l ସୂର୍ଯ୍ୟ ଆଉ ଦୁନିଆରେ ନାହିଁ l ସୁସ୍ଥ ସବଳ ଭେଣ୍ଡିଆଟା ଥିଲା ବିଚରା ଭଲ ପ୍ରେମକଲା ଯେ l ଅଳ୍ପ ବୟସରୁ ଦୁଇଜଣଯାକ ଦୁନିଆ ଛାଡି ଚାଲିଗଲେ l କିନ୍ତୁ ସେମାନେ ଜାଣିନାହାନ୍ତି ଯେ ଦୁଇ ଟି ଆତ୍ମା ବର୍ତ୍ତମାନ ମିଶିସାରିଛନ୍ତି l ତାଙ୍କର ବିରହ ବେଦନା ସମାପ୍ତି ହୋଇଛି l ଏବେ ସେ ଆଉଥରେ ଜନ୍ମ ନେବେ ଦୁଇ ପ୍ରେମୀ ଯୁଗଳ ନିଜ ପ୍ରେମକୁ ଅମର କରି ଗଢିତୋଳିବେ l  ପୂର୍ବ ଜନ୍ମରେ ତାଙ୍କର ମିଳନ ନଥିଲା l

ଠିକଣା - ବେଦପୁର, ବାଙ୍କି, କଟକ

0 Comments