OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ବାଜେକଥା - ସଲିଳ କୁମାର ସ୍ଵାଇଁ

ବାଜେକଥା - ସଲିଳ କୁମାର ସ୍ଵାଇଁ

ପିଲାବେଳେ ଦେଖେ ମୋ ବୋଉ ପରିବାଡାଲାରୁ ପୋଚା ପରିବା ବାହାର କରି ଫିଙ୍ଗିଦିଏ(ଏବେ ବି ଫିଙ୍ଗେ)  । କାହିଁକି ଫୋପାଡୁଚୁ ବୋଲି ପଚାରିବାରୁ କହିଥିଲା- ଗୋଟେ ପୋଚା ପରିବା ଡାଲାଟାଯାକ ପରିବା ଖରାପ କରିଦବ । ସେତେବେଳେ ବୋଉ କଥା ବିଶ୍ୱାସ ହୋଇନଥିଲା ମୋର । ଯେତେବେଳେ ସ୍କୁଲ ଗଲି, ମୋ ଶ୍ରେଣୀ ଶିକ୍ଷକ ମୋର ଏକ ପଢାସାଥୀକୁ ପ୍ରାୟ ଆମଠାରୁ ଅଲଗା ବସାନ୍ତି ଅଥବା ନିଜ ପାଖରେ ନେଇ ବସଉଥିଲେ । ଭୟରେ କାରଣଟା ସାର୍'ଙ୍କୁ ନ ପଚାରି ବୋଉକୁ ପଚାରିଥିଲି(ବୋଉ ସେଇ ବିଦ୍ୟାଳୟ'ର ଶିକ୍ଷିକା ଥିଲା) । ବୋଉ କହିଥିଲା- ସେ'ଟା ଦୁଷ୍ଟଟା । ସେତେବେଳେ ଭାବୁଥିଲି, ପୋଚା ପରିବା'ର ପରିବାଡାଲାରେ ସ୍ଥାନ ନାହିଁ କି ଦୁଷ୍ଟ ପିଲାର ଦଳ/ମେଳ'ରେ । ଆଜି କିନ୍ତୁ ଏହା ଅଙ୍ଗେ ନିଭାଇବା କଥା । ମୁଁ ବିଦ୍ୟାଳୟରେ ଏବେ ମୋ ଛାତ୍ରଛାତ୍ରୀମାନଙ୍କୁ ବୋଉ କହିଥିବା କଥା କହୁଚି, ସେମାନେ କ'ଣ ଭାବୁଛନ୍ତି ଜାଣେନା ।।        

ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ

0 Comments