ଆତ୍ମାର ଚେତାବନୀ - ପ୍ରଣତି ମହାପାତ୍ର

ଆତ୍ମାର ଚେତାବନୀ - ପ୍ରଣତି ମହାପାତ୍ର

ମୁଁ ନରଦେହ ଧାରଣ କଲା ବେଳେ
ସବୁ ଅତ୍ୟାଚାର ସହିଥିଲି ତୁମର,
କାରଣ ପ୍ରତିବାଦ କରି ମଧ୍ୟ
ପ୍ରତିରୋଧ କରିବାର ଶକ୍ତି ନଥିଲା ମୋର,
ଯେତିକି ଅତ୍ୟାଚାରୀ ତୁମର ଥିଲା।
ପୃଥିବୀ ସେ ପାପଭାର ସହି
 ପାରି ନ ଥିଲା,
ପ୍ରକୃତି ବ୍ୟସ୍ତ ବିବ୍ରତ ମଧ୍ୟ,
ଜଡ଼ ଜଗତରେ ସମସ୍ତେ ଯେମିତି
ସତେ ଅବା ଜଡ଼ ପାଲଟି ଯାଇଥିଲେ
ତୁମର ସେ ତାଣ୍ଡବଲୀଳାରେ
ମର୍ମାହତ ପ୍ରକୃତି ଆଜି
କଡାଗଣ୍ଡା କରି ,
ସୁଧମୂଳ ସହ ଫେରାଇ ଦେଉଛି,
ଫାଇଲିନ୍, ତିତିଲି,ଫୋନି ଭଳି ଉପହାର ଦେଇ,
ଦେଖ ହେ ଧରା ମାନବ,
କେତେ ତୁମେ କରିବ ଲୋଭ
ଏ ନାରୀ ମାଂସ ଉପରେ,
କେତେ ଅବଳା,ଦୁର୍ବଳା ଉପରେ
କରିବ ପୁରୁଷାକାରର ଜୁଲମ୍।
ଯେମିତି ଦେବ
ସେମିତି ପାଇବ।
ଏକା ନେବନି,ମିଳିମିଶି ନିଅ।
କ୍ଷଣିକ ଦୁଷ୍କର୍ମ ର ଫଳ 
କେମିତି ବିଭୀଷିକା ମୟ ହୁଏ
ଆଖିଫାଡି ଦେଖ।

ପ୍ରଣତି ମହାପାତ୍ର, ବାଲେଶ୍ଵର

0 Comments