OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଅସଲ ଚାବିକାଠି - ନାରାୟଣ ଚନ୍ଦ୍ର ସେନାପତି

ଅସଲ ଚାବିକାଠି - ନାରାୟଣ ଚନ୍ଦ୍ର ସେନାପତି

ଦୁନିଆଁର ସମସ୍ତ ଚାବିକାଠି ଗୁଡାକ ଆଜି ମୁଦିଆଠୁ ଅଲଗା,
ଇତସ୍ତତଃ ହୋଇ ପଡ଼ିଛନ୍ତି
ସତେ ଯେମିତି ଅଦରକାରୀ ହୋଇ,
ଚାହିଁ ରହିଛନ୍ତି...........
ସମ୍ମେଳନରେ ଛନ୍ଦା ଛନ୍ଦି ହୋଇ
ଗଢି ଉଠିବେ 
ଏକ ସଜଡ଼ା ସାଇତା ସରାଗର ଚାବିକାଠିମାଳ ।

ଶୁନ୍ୟ ପୃଥିବୀର ପୂର୍ଣ୍ଣ କୋଠରୀରେ
ସତେ ଯେମିତି ସବୁକିଛି ଭରପୁର
ପ୍ରାକୃତିକ, କୃତ୍ରିମ ସମ୍ପଦ ମାନର ଭଣ୍ଡାର
ଯେଉଁଠି ସ୍ୱୟଂ ସ୍ରଷ୍ଟା ପକାଇଛନ୍ତି ଶକ୍ତ କୁହୁକ ଚାବି
କାଠିମାନ ଅର୍ପଣ କରିଛନ୍ତି
ଆମ ମନରେ,ବିବେକରେ, ବୁଦ୍ଧିରେ,ଜ୍ଞାନରେ ଓ ସମ୍ପର୍କରେ।

ହେଲେ ଦୁଃଖଲାଗେ.... 
ସାମ୍ପ୍ରତିକ ସମାଜର କଦର୍ଯ୍ୟ କଦାକାର ପ୍ରତିଛବି ଦେଖି,
ରାଜନୈତିକ କୂଟଚକ୍ରାନ୍ତକାରୀ ଆଜି ପକାଉଛି ଛଳନାର ଚାବି
ଜ୍ଞାନ ବୁଦ୍ଧି ବିଚାରର ଅଧିକାରୀ ବିଚରାମାନେ
ଉପହସିତ ହୁଅନ୍ତି ଧରି ଚାବିକାଠି ମାଳ ମାଳ
କଦାପି ଖୋଲେନା ତାଙ୍କ ଅସଲ ଚାବିକାଠି---
ନକଲି ଚାବିକୁ ଖୋଲି ।

ହେ ଆତ୍ମନ......
ସରାଗର ଫୁଲତୋଡାକୁ ଅର୍ପଣ କର ଆଗ୍ରହର ପାଦ ପଦ୍ମରେ
ଆଶା ଆକାଂକ୍ଷାର ଚାବିକୁ ଖୋଲ
ବିଶ୍ୱାସ,ଆତ୍ମପ୍ରତ୍ୟୟ ନିଷ୍ଠାର ଚାବିକାଠି ମାଳରେ
ଅବଶ୍ୟ ଖୋଲିବ ଚାବି
ସଫଳତାର ଚିଜ ଧରିବ ଆମ ହାତକୁ ଜାବୁଡି।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments