ଅପେକ୍ଷା - ବାସନ୍ତୀ ପରିଡ଼ା

ଅପେକ୍ଷା - ବାସନ୍ତୀ ପରିଡ଼ା



କାହାର ଅପେକ୍ଷା ରେ ସମୟ ସୁନ୍ଦର
କାହାର ସୌନ୍ଦର୍ଯ୍ୟ କୁ ଅପେକ୍ଷା ତତ୍ପର
ତତ୍ପରତା ଉଦ୍ଦୀପନା ରେ ଦିକ୍ ଦିକ୍ ଜଳେ
ଜଳି ଜଳି ପାକ ହୁଏ ମଧୁମୟ ସ୍ନେହ...।୧।
ସ୍ନେହ ବୋଳା ବନ୍ଧନରେ
ପ୍ରେମ ର ସପ୍ତ ରଙ୍ଗୀ ଛଟା
ରଙ୍ଗର ପାହାଚରେ ପାଦ ଥାପି
ଓହ୍ଲାନ୍ତି ଈଶ୍ବର....................।୨।
ଶାଖା ପ୍ରଶାଖା ମେଲାଇ
ପ୍ରେମ ହୁଏ ମହାଦ୍ରୁମ
ଫଳ ପୁଷ୍ପ ସୁଗନ୍ଧ ର ଥାଳ ଧରି ମହୀ
ଆପ୍ୟାୟିତ କରେ ଈଶ୍ବରଙ୍କୁ
ହାତେ ହାତେ ବାଣ୍ଟି ଦିଏ ପ୍ରେମର ମିଷ୍ଟାନ୍ନ।୩।
ଅପେକ୍ଷା-
ଅବୋଧ ର ମିଷ୍ଟାନ୍ନ କୁ
ମହାମହୀ ର ବର୍ଷାକୁ
ଈଶ୍ବରଙ୍କ ର ପ୍ରେମ କୁ
ପ୍ରେମର ବନ୍ଧନକୁ - ଅପେକ୍ଷା.....।୪। 

Writer's Details: ଶ୍ରୀମତୀ ବାସନ୍ତୀ ପରିଡ଼ା
ବିଜୟ ରାମଚନ୍ଦ୍ର ପୁର,ବାରିପଦା, ମୟୂରଭଞ୍ଜ, ଓଡ଼ିଶା
Content Category:
Submission Date: May 24, 2019

0 Comments