OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଅଞ୍ଚଳରକଥା କୁଜି ନେତା - ସୁଧାକର ସେଠୀ

ଅଞ୍ଚଳରକଥା କୁଜି ନେତା - ସୁଧାକର ସେଠୀ

ଦୁର୍ନିତିର ମୂଳ କିଛିକୁଜି
କରନ୍ତି ଅନ୍ୟୟ ବିଚାର
ନିଜ ଅଞ୍ଚଳରେ ଦବଦବା ପାଇଁ
ହାତରେ ରଖନ୍ତି ଚୋର ଟାଉଟର

ଥାନରେ ଭଲ ଖେଳକରନ୍ତି
ପକାଇ ସେଠିଡେରା
ଦେବା ନେବାରେ ମାହିର ସେମାନେ
ଜନତା ବନେ ଭକୁଆ

ଅଧିକାରୀ ସଚୋଟ ହେଲ
ସେଠି ସରେ ଖେଳ
ହାଇକମାଣ୍ଡ ପାଖେ ଫେରାଦ ହୁଅନ୍ତି
ଉପାଡିବା ପାଇଁ ମୂଳ

ଭାରି ଜନ୍ତୁ ଏ କୁଜି ସବୁ
ଦୁରୁ ଜୁହାର ତାଙ୍କୁ
ନାଲିପାଣି ଟୋପେ ପେଟେପଡିଲେ
ହଜାଇ ଦିଅନ୍ତି ନେତାଙ୍କୁ

ଦିନକୁ କରନ୍ତି ରାତି
ରାତିକୁ କରନ୍ତି ଦିନ
କୁଜିଙ୍କ ପରାଭବ ଏତେ
ଛକମାଙ୍କରେ ଚାଲେ ପ୍ରବଚନ

ସନ୍ଧ୍ୟାହେଲେ ପାଦ ଟଳମଳ
ଭାରି ବିସମ ପରିସ୍ଥିତି
ନେତା ବଦଳାଇବାରେ ସିଦ୍ଧ
ପାଣି ପାଗକୁ ଦେଖି ବଢାନ୍ତିଗତି।

ଭାରି ଭାଉ ଏମାନଙ୍କର
ପରତେ ନଜିବ ଭାଇ
ଯେତେ ଉପକାର କରୁପଛକେ
ଏ ଟାଉଟରଙ୍କ ବୁଦ୍ଧିରେ ପଡିବ ନହିଁ।

ନିର୍ବାଚନ ଆସିଲେ ମୁଣ୍ଡଗଣିଦେବେ
ନେବେ ଠନଠନ ଗୋପାଲ
ସାଂଗଠନିକ କାମକହି ଚାନ୍ଦାଉଠେଇବେ
ସଜାଗ ରୁହ ସାଧୁଜନ ।

ଏମାନଙ୍କ ହସ୍ତଖେପରେ ଠିକାଦାର
ମାରେ ଭଲକି କଇଞ୍ଚି
ଉନ୍ନୟନ କାମ ଆଗେଇ ପାରେନା
ଯେବେ ନପୁରେ ତାଙ୍କ ଖଇଞ୍ଚି।

ସୁଧାକର ସେଠୀ, ବାଲେଶ୍ବର

Sent from my Samsung Galaxy smartphone.

0 Comments