OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଆମ ଘର ଛାତ - ହାସ୍ୟମୟୀ ରାଜ୍

ଆମ ଘର ଛାତ - ହାସ୍ୟମୟୀ ରାଜ୍



ନିଦ ଭାଙ୍ଗିଲେ
ମୋ ହାତ
ପାପୁଲିରେ ଦେଖେ
ମୋର ପ୍ରେମମୟ
ପରମ ଈଶ୍ବର,
ପ୍ରଣତି ଜଣାଇ କରେ
ଶୁଭାରମ୍ଭ ସକାଳର ।
ପ୍ରଥମ ସକାଳରେ
ଥାଏ ମୋର ପ୍ରଥମ ଆକର୍ଷଣ
ଆମ ଘର ଛାତ
ମୋ ସଂପର୍କର ପ୍ରଶ୍ବାସରେ
ଯିଏ ଭରେ ପ୍ରାଣ ।
ବିସ୍ତୃତ ତା କଳେବର ଚାରିକଡେ
ଡାଳଭର୍ତ୍ତୀ ଆମ୍ବ, ନିମ୍ବ, ନଡିଆ ଓ ସାଗୁଆନ
ସତେ ତାକୁ ଦେଉଥାଏ ସ୍ନେହର ଚୁମ୍ବନ ।
ତା'ର ମୁକ୍ତ ପବନର ବାସ୍ନାରେ
ମୁଁ ହୁଏ ତନ୍ମୟ ତଲ୍ଲୀନ,
ସିଏ ମୋର ଅଟେ କୁଞ୍ଜବନ
କିଏ ଆସି ଫୁଙ୍କି ଦେଇଯାଏ
ମୋ କାନରେ
ମୋହନ ବଂଶୀର ସ୍ବନ  ।
ସମ୍ମୋହିତ କରୁଥାଏ ମୋତେ
ତା'ର ନିରବତା ଜୀବନ ସଂଳାପ,
ଆକାଶର ବିସ୍ତୃତି
ମୋତେ ଦିଏ ପ୍ରଶାନ୍ତିର ମୋହିନୀ ମନ୍ତ୍ର
ଧୋଇ ଦେଉଥାଏ ମୋର
ସବୁକିଛି ପାପ,
ଛାଡିଦେଇଯାଏ ମୋ ଭିତରେ
ଆଧ୍ଯାତ୍ମିକ ଭାବନାର ଛାପ  ।
ଆଃ କେତେ ପ୍ରାଣମୟ
ସେଇ ଦିବ୍ୟ ଅନୂଭବ
ହଜିଯାଏ ମୋର ବାସ୍ତବତା,
ତା ଭିତରେ ଦେଖେ
ହସୁଛନ୍ତି ପ୍ରେମମୟ
ଝରିପଡେ କପାଳରେ ମୋର
ଗୋଟି ଗୋଟି ଆଶିଷର ମୁକ୍ତା ।
ଆମ ଘର ଛାତ ଓ ଆକାଶର
ଫାଙ୍କ ଭିତରୁ ମୁଁ ତୋଳୁଥାଏ
ଏ ବିଶ୍ୱର କୋଣ ଅନୁକୋଣେ ଭରା
ଜୀବନର ଯେତେ ସବୁ ଛନ୍ଦ,
ତଳକୁ ଚାହିଁଲେ
ଡାକେ ମୋ ମାୟାର ସଂସାର
ହୋଇଯାଏ ମୋର ମୋହଭଙ୍ଗ ।।

Writer's Details: ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି , କେନ୍ଦୁଝର ।
Content Category:
Submission Date: May 21, 2019

0 Comments