"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ତୁମେ ତ ସର୍ବଜ୍ଞ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୁମେ ତ ସର୍ବଜ୍ଞ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମୃତ୍ୟୁ କଳେବର
    ବହିଛି ଠାକୁରେ
    ଚର୍ମ ମୁଖେ ତୁମ ନାମ,
ଉଚ୍ଚାରଣ କରି-
     ନାହିଁ    ମୁଁ ଦୁର୍ଜନ
  ମୁଢମତ୍ତି ମୁଢ ଜନ  ।।
ବିଷୟା ଜଂଜାଳେ
  ବୁଡି ରହି ଅଛି
  ଶେଷ କାଳ ଉପନିତ,
କାମ କାମନାରେ
  ଦିନ ବିତିଗଲା
  ଏଇ ପାପାଚାର ଚିତ୍ତ  ।।
ସନ୍ତାପ ସାଗରେ
  ପଡ଼ିଛି ଠାକୁରେ
  କାହିଁ ଗତି କାହିଁ ମୁକ୍ତି,
ଏବେଳେ ଡାକଇ
ଶୁଣ ଭାବଗ୍ରାହୀ
ନାହିଁ କେହି ସାହା ସାଥି  ।।
କେଉଁ, କୃତ କର୍ମ
  ପାପ ପଙ୍କୁ ଆଜି
  ଆଉ ନପାରଇ ଉଠି,
ତୁମେ ସର୍ବ ଘଟେ
  ବିରାଜିତ ପରା
  ମୋ ଦୁଃଖ କି ନଦିଶୁଛି  ।।
ଅପୂର୍ବ ଅଦ୍ଭୁତ
  ଅଲଭ୍ୟ ଦେବତା
   କିଅବା ନଯାଣ ତୁମେ,
ପ୍ରଫୁଲ୍ଲ ବିକଳ
   ତ୍ରାହି କର ଦେଇ
  ଆଶ୍ରୟ ତବ ଚରଣେ   ।।

0 Comments