OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ତୁମେ ଆଉ ମୁଁ - ସୌମ୍ୟ ରଞ୍ଜନ ଦାଶ

ତୁମେ ଆଉ ମୁଁ - ସୌମ୍ୟ ରଞ୍ଜନ ଦାଶ

 ତମ ହୃଦୟ ର         ଅବୁଝା ଭାଷା କୁ 
          ବୁଝିବାର ଶକ୍ତି କାହିଁ
ତୁମେ ସୁବିସ୍ତୃତ          ନୀଳ ପାରାବାର
          ମୁଁ ହୀନ ମଲାନଈ  l

ତୁମେ ଆରମ୍ଭ ର           ଆନନ୍ଦ ଉତ୍ସବ
         ମୁଁ ଚିଠିଶେଷ ଇତି 
ତୁମେ ଶ୍ରାବଣ ର        ଅହରହ ବର୍ଷା 
       ମୁଁ ମରୁପଥ ତାତି   l

ତୁମେ ତ ବୀଣା ର       ମିଠା ମିଠା ରାଗ 
       ମୁଁ ଯେ ବିଳାପୀ ବଂଶୀ 
ତୁମ ଲଗନ ରେ      ଅମୃତ ପ୍ରହର 
        ମୁଁ ଜହର ର ଦାସୀ l

ତୁମେ ଇନ୍ଦ୍ରଧନୁ       ସପ୍ତରଙ୍ଗ ଭରା 
      ପ୍ରୀତି ପ୍ରେମ ର ପ୍ରତୀକ 
ମୋ ଫଗୁଣ ତ       ଦଦରା ଧୂସ ର
        ନଷ୍ଟପ୍ରଭ ଫଲ୍ଗୁ ଛାପ   l

ତୁମେ ମନ୍ଦିର ର       ଶ୍ରଦ୍ଧେୟ ପ୍ରତିମା 
      ମୁଁ ମୁଖଶାଳା ଘଣ୍ଟି  
ତୁମ ଦର୍ଶନାର୍ଥେ       ହଜାରେ ବ୍ୟାକୁଳ 
       ଆଘାତେ ମୋ ଫାଟେ ପିଠି  l

ତୁମ ସହର ରେ        ଚାନ୍ଦର ଚାନ୍ଦିନୀ 
      ସବୁ ଋତୁ ସବୁ ମାସ 
ମୋ ନିବସନ         ତମସାଆଚ୍ଛନ୍ନ 
        ଉଆଁସ ରଜନୀ ରାସ l

ତଥାପି କାହିଁକି       ତମ ରି ମନ କୁ 
        ମୋ ମନ ଭଲ ପାଏ 
ପ୍ରେମ ହେଲେ ହେଲା        ନ ହେଲେ ବି ନାହିଁ 
      ସ୍ନେହ ଅଳ୍ପ ଟିକେ ଚାହେଁ   l

ସୌମ୍ୟ ରଞ୍ଜନ ଦାଶ 
ବଲାଙ୍ଗୀର 

0 Comments