ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ତୁ ଆଉ ମୁଁ - ଅଧ୍ୟାପିକା ସସ୍ମିତା ମିଶ୍ର

ତୁ ଆଉ ମୁଁ - ଅଧ୍ୟାପିକା ସସ୍ମିତା ମିଶ୍ର

ନିଦାଘ ଦାରୁଣ ଆତପେ ଭୀଷଣ
                  ପୋଡୁ ତରୁ ଲତା ବନ 
ଯେସନେ ନିଠୁର ପ୍ରୀତି ପାଶୋରା 
                  ସେ ପ୍ରିୟାର ପ୍ରୀତି ଦର୍ପଣ . 1.


ନିଦାଘ ଦାରୁଣ କଷଣେ ଜୀବନେ
                ହା ହା କାର ଦଉ ଭରି 
ଯେସନେ ତା ସାଇତା ସ୍ମୃତିର ବିଜୁଳି 
                 ବାର ବାର ଥାଏ ମାରି   . 2.


 ନିଦାଘ ଦାରୁଣ ଶୁଷ୍କ କରିଣ 
                 ନଦ ନଦୀ ପୁଷ୍କରିଣୀ 
ଯେସନେ ଉଛୁଳା ମୋ ଯୌବନ 
                ପ୍ରୀତି ତପ୍ତ ଟାଙ୍ଗରା ଭୂଇଁ  . 3.


ନିଦାଘ ଦାରୁଣ କଠୋର କିରଣ 
                   ରବିରାଜଙ୍କର କ୍ରୋଧ 
ଯେସନେ ତୋ ତୀକ୍ଷ୍ଣ ଚାହାଣୀ ଦେଖିଣ 
                    ହୁଏ ଭ୍ରମ ଅବବୋଧ  . 4.

ନିଦାଘ ଦାରୁଣ  ହେଲେ ତୋ ହୃଦ କୁ 
                  ନୀରଦ ପାରିଛି ଚିନହୀ
ଯେସନେ ପ୍ରିୟାର ଗୁମର ମନକୁ 
                 ମୁଁ  ଏକା ପାରିଛି  ଜାଣି . 5.

ନିଦାଘ ଦାରୁଣ ନୀରସ ଧରାର 
                 ରସ ଭରୁ  ଜଳଦରେ 
ଯେସନେ ପ୍ରେମ ମୋ ସଂଜୀବନୀ ସମ 
                ତୋ ଲାଗି ସେ ପ୍ରାଣଦରେ . 6.

ନିଦାଘ ଦାରୁଣ ତୋ ଲାଗି ବରଷା 
                 ଏ କାରେ ଅଛପା କହ 
ଯେସନେ ଲୁହ ମୋ ଭରା ଶିରାବଣ 
                 ତୁ କି ତା  ନିଦାଘ ନୁହଁ    . 7.
                 
                               ଅଧ୍ୟାପିକା  ସସ୍ମିତା ମିଶ୍ର 
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ କଟକ 
                           ଦୂରଭାଷ   907857962
ପ୍ରତିଯୋଗୀତା ନିମନ୍ତେ କବିତା

0 Comments