ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ସୁନା ହରିଣୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସୁନା ହରିଣୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଏ କେଉଁ ସୁବର୍ଣ୍ଣ ଏଣୀ, ଦେଖ ବିଚରେ ଘୋର ବନାନୀ
ପର୍ଣ୍ଣ କୁଟୀର   ଅଦୂର ଦେଶରେ  ଖେଳେହର୍ଷେ ଏକାକିନୀ
ଏ କେଉଁ ସୁବର୍ଣ୍ଣ ଏଣୀ… ।।
ତା ଔଜଲ୍ୟ ମୟ     ଜ୍ୟୋତି ରେ ପ୍ରଭୁ ହେ
                                            ଝଲସି ଉଠଇ ଧରଣୀ
ବିଚିତ୍ର ଚିତ୍ରେ ଚି-   ତ୍ରିତ ମନଲୋଭା 
                  ଅପରୂପ ତାର ଠାଣି , ।  ହେ ରଘୁମଣି
ବନବାସ ପ୍ରାସ           ପାସୋରି ଦିଅନ୍ତି
                                       ତାକୁ ଯେବେ ଦ୍ୟନ୍ତ ଆଣି
ବନବାସ ଶେଷେ   ରାଜପ୍ରାସାଦ ର 
             ହୁଅନ୍ତା ସୈାନ୍ଦର୍ଯ୍ୟ ଖଣି ,  ।  ହେ ରଘୁମଣୀ  ।।
ରୂପ ଶିରୀ ତାର     କେଡେ ମନୋହର 
                   ମଣ୍ଡିଛି ଦେଖ ବନାନୀ
ଆଖିର ପଲକେ   ତଡିତ ସମାନ
     ନାଚିନାଚି ଯାଏ ହରିଣୀ , । ହେ ରଘୁମଣୀ
ସ୍ଫଟିକ ସମାନ     ଶୃଙ୍ଗ ସୁ-ଶୋଭନ
                ଚଳଚଞ୍ଚଳ ତା ଚାହାଣି
ଆମୋଦିତ କରେ   ବାଉଳା ମନ ମୋ   
      ଦିଅ ଦିଅ ମୋତେ ଆଣି , । ହେ ରଘୁମଣି ।।
ଶରଧା ବଳିଛି     ଅପୂର୍ବ କୁରଙ୍ଗୀ
                 ମାୟା ଆଚ୍ଛାଦିତ ହେଲାଣି
ବିପଦ ବେଳରେ   ବିପରିତ ବୁଦ୍ଧି 
       ଆସି କରାୟତ କଲାଣି , । ହେ ରଘୁମଣି
ସୀତାଙ୍କ ମିନତୀ     ଶୁଣି ରଘୁପତି
                   ଲାଗିଲା ଜନକ ଦୁଲଣୀ
ଭାଇରେ ଲକ୍ଷ୍ମଣ   ଅବିଳମ୍ବେ ଧରି 
        ଆଣି ଆସୁଅଛି ଏଣୀ , । ସେ ରଘୁମଣି ।।
ସୈାମିତ୍ରି ବଦନ୍ତି     ଅଭିଲା ଏମିତି 
                 କେବେ କେହି ଦେଖିନାହିଁ
କେମିତି ଏମାୟା   ବିଧାତା ରଚନା 
      ଦାନବ ଏ ସୁନା ହରିଣୀ , । ହେ ରଘୁମଣି
ନକର ହେ ଲୋଭ    ମୋହ କର ତ୍ୟାଗ 
                     ବୁଝାଇ ବିଦେହ ନନ୍ଦିନୀ
ନିବୃତ୍ତ କରନ୍ତୁ    କୋଦଣ୍ଡ ଧରହେ
         ଘେନ ସାନୁଜର ଦଇନି , । ହେ ରଘୁମଣି ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments