କ୍ଷୁଦ୍ରଗଳ୍ପ - କୁଛ ତୋ ଲୋଗ କହେଙ୍ଗେ - ଅଧ୍ୟାପିକା ସସ୍ମିତା ମିଶ୍ର

କ୍ଷୁଦ୍ରଗଳ୍ପ - କୁଛ ତୋ ଲୋଗ କହେଙ୍ଗେ - ଅଧ୍ୟାପିକା ସସ୍ମିତା ମିଶ୍ର

ବିନୋଦ ବାବୁଙ୍କ ଚର୍ଚ୍ଚା କଟକର ଧୋବିଳେନ ତାଙ୍କ ପୁରୁଣା ଘର ପଖାପାଖି ସଭିଙ୍କ ମୁହଁରେ  କିଏ କହେ ସାହିରେ ଯେତେ ବୁଢ଼ାବୁଢ଼ୀ ବିନୁ ସଭିଙ୍କ ଦେହପା କୁ ପାଖରେ ଠିଆ, କିଏ କହେ ବିନୁ କୁ ଏ ଦଶା,ଆଉମୂର୍ଖ ହୃଷୀ ସିଗାରେଟ ମୋଟା ଧୂଆଁ ଛାଡୁ ଛାଡୁ କହିଲା ବିନୁ ଭାରି ଗର୍ବରେ ଛୁଆ କୁ ବାହାରକୁ ଛାଡିଦେଲା l ଏବେ କଣ ହେଲା ଛୁଆ ଅର୍ଜିଲା,   ବୋପା କୁ ଦେଖିବି କିଏ ?ଆମ ଛୁଆ ଶଳା ପାଠଶାଠ ନ ପଢି ଦୋକାନ ବାଡ଼ି ପକେଇଲେ, ଅଭାବ ସିନା ମଲାଗଲା କୁ ତ ସାଙ୍ଗରେ ଅଛନ୍ତି l ଦୁଆର ଦେଇ ରମାଅପା ଶଙ୍କରା ଦୋକାନ ଯାଉଥେଲା ଗୁଣୁଗୁଣୁହେଇ କହିପକେଇଲା ମାଇପ ନିତି ଅଶାନ୍ତିରେ ମରୁଛି ବୋହୁ ପୁଅଜ୍ୱାଳାରେ,  ତୁ ଟା  କଣ ଜାଣିବୁ  ସେ ଉପରକୁ ଯାଉ ତୋର କେତେ ସବୁ କରିବେ ଦେଖିବିନି ପରନିନ୍ଦା, ପରଖଳ, ପରଗୋହି ତାଡୁଥା, ସିଗାରେଟ ଟାଣୁଥା l ଶଙ୍କରା କହିଲା କା କୁ କହୁଛୁ ବା ଅପା l ବିନୁକୁ ଆଡୁସାଡୁ କିରି ହୁରୁଶୀ କହୁଥେଲା ତ, ସେଥିନେଇ ମନ ଭଲ ନାଗିଲାନି  l ଦୁହେଁ  ଦୁଆର ଆଡେ ଅନେଇଲେ ଶଙ୍କରାରେ  ହେଇତିନି ଦେଖ ଦୁଆର ଖୋଲା ଅଛି ବିନୁ ଆଇଚି ତୁ ଚିଠା ନେ ସଉଦା ପୁରା ମୁଁ ୟାଙ୍କୁ କହି ଆସେ  ଅଇଖିଣl କେତେ ଖୁସି ହେବେ ତାଙ୍କହାତରେ ସଉଦା ଦେଇଦେବୁ ମୁଁ ଗଲିl  ବୁବୁ ଦାଦା କ୍ଷଣିକେ ହାଜର ବିନୁ ବାବୁଙ୍କ ଘରଆଗରେ ପୁରୁଣା ବନ୍ଧୁ, ଏକାଠି କଟିଛି ପୁରା ଜୀବନ ଟାକହିଲେ ଚଳେ l

ଏଇ ଘରେ ଭାଉଜ ହାତୁରୁ ଚା ପିଆ ହୁଏ, ଗପ ଆଉସରେନା ଭାଉଜ ତଡି ବିଦା କରେ, ରାତି ଏତେ ହେଲାଣି  ରମା ଜଗି ଥିବ ଖାଇଲେ କାମ ସାରିବ, ପୁଅ ପିଲା କେବେ ବୁଝିବ ମାଇପ ଦୁଃଖ l ଭାଉଜ ଅଧା କରି ଛାଡି ଚାଲିଗଲା ଏକା କରିଦେଲା ବିନୁକୁ ହେଲେ ବିନୁ ଏମିତିକା ନିର୍ଣ୍ଣୟଟେ ନେଲା କାହିଁକି ?ଝିଅ ଟୁକୁଲି ପାଖକୁ ଗଲାନାହିଁ  କାହିଁକି? ସ୍ୱାଭିମାନୀ ଟା ତ l ଏ କଣ ଅତି ଖୁସି ରେ  ଆନନ୍ଦରେ ବିନୁ ଡାକୁଛି ବୁବୁ ଆ ଭିତରକୁ ଆ ଦୁହେଁ ଦୁହିଁଙ୍କୁ  ଜାବୁଡି  ଧରିଲେ ବିନୁ ରେ"ବୃଦ୍ଧଆଶ୍ରମର ଚାରିକାନ୍ଥ ତତେ ଅଣନିଶ୍ୱାସୀ  କରି ପକାଉଥିବ  "କିଏ କହିଲା    ଆ ବସିବା  କେତେ ଦିନର କଥା କହିବାକୁ ଅଛି ଆଉ ମୋରବି କହୁକହୁ ଦୁଇ ସାଙ୍ଗ ବସି ପଡିଲେ ଅଗଣାରେ l   ଅଳ୍ପ ସମୟରେ ଦୂର କରିଦେଲେ ବୁବୁଙ୍କ ଧାରଣା ଟାକୁ କହିଵସିଲେ ବୃଦ୍ଧଆଶ୍ରମରେ ସେ ବିତାଉ ଥିବା ସମୟ ରେ ସେ କେତେ ସନ୍ତୁଷ୍ଟ କେତେ ତୃପ୍ତ  l  ଭାଉଜ ଗଲାପରେ ଏ ଘରେ ସମୟ ଯେମିତି ଅଟକି ଗଲା, ଦିନ ହେଲେ ଚିନ୍ତା ଆସେ ରାତି କେମିତି ହେବ ଆଉ ରାତି ହେଲେ ଭାବେ ଏ ସରିଵ ତ, ଧୀରେ ଧୀରେ ମୁଁ ଅନୁଭବ କଲି ଏକାକୀପଣ ମୋତେ ମାନସିକ  ଅବସାଦ ଆଡକୁ ଘେନି ଯାଉଛିl  ଟୁକୁଲି ପାଖକୁ ଯିବା କୁ ମନସ୍ତ କଲି l  ହଁ ତୁ ତ ପ୍ୟାରିସ ଯାଇଥିଲୁ ହେଲେ ସେଠୁ l ଶୁଣ ସେଉଠୁ ଜୀବନର  ଧାରା ପାଇଗଲି ଟୁକୁ ଚାକିରି ଗଲା ପରେ ପୁଣି ଏକା ପାଖରେ ଗୋଟାଏ ଓର୍ଲଡ ଏଜ ହୋମ ଥାଏ ଧୀରେ ଧୀରେ ସେଠାକୁ ଯାଉ ଯାଉ ଜାଣିଲି କେତେ ମଜାରେ କଟୁଛି ସେମାନଙ୍କ ଦିନ ସମବୟସ୍କ ସଭିଏଁ l ତେଣୁ ତାସ ଖେଳ ହେଉଛି, ଯୋଗ ଶିଖା ହେଉଛି, ପୁରୁଣା ଜୀବନର ସ୍ମୃତି ଚାରଣ ହେଉଛି ମଜା ରେ ଦିନ ସରୁଛି l ପିଲାମାନେ ଆସିଲେ ଦେଖା କରି ଗଲେ l

ଏବେର ଜୀବନର ଗତି ମେଟ୍ରୋ ରେଳ ପରି ପିଲାମାନେ ପୂର୍ଣ ସମୟ ତୁମକୁଦେବେକି  ?ହଁ  ତା  ତ ସତ କହିଲା ଵୁବୁ l ଦିନେ ଟୁକୁ କୁ  କହିଲି ଟିକଟ କର ମୁଁ ଓଡିଶା ଯିବି ହେଲେ ମୋ ମନ ଓଡିଶାରେ ଏମିତି ଉନ୍ନତ ଅର୍ଲଡ ଏଜ ହୋମ ହୁଅନ୍ତାନି l ସେ ମୋ ମନ ବୁଝି ପାରିଲା ତାର ଏଠାକାର ସାଙ୍ଗ ମାନଙ୍କୁ କହି ସମସ୍ତ ସୁବିଧା ଥିବା ତା ମାନେ ଭିତରେରୋଷେଇଆ, ଡ଼କ୍ଟର, ଛୋଟ ମଲ, ଚାଲିବାର ସୁବିଧା, ବିଭିନ୍ନ ଖେଳ ଯୋଗ, ସବୁ ସୁବିଧା କରାଇ ଭୁବନେଶ୍ୱରର ଏକ ପୁରୁଣା ବୃଦ୍ଧ ଆଶ୍ରମକୁ ନୂଆ ରୂପ ଦେଲା l ଚାରି ମାସ ପରେ ସବୁ ରେଡି କରି ମୋତେ ଛାଡିଲା l ହେଲେ ବିନୁ ତୋତେ ତା ପାଖେ ରହିବାକୁ କହିଲାନି l ଆରେ ବୋକା ସେ ଠିକ ମୋ ମନ ବୁଝିପାରେ ସେ ଜାଣିଲା ନନା ଏଠି ରହି ଖୁସି ନୁହଁ lସେ  ଯଦି ଓଡିଶାରେ ରହିବେ ସେ ଯେମିତି ଚାହୁଁଛନ୍ତି ସେମିତିରହିପାରିବେ ତେବେ ତାଙ୍କ ଦେହ ମନ ଭଲ ରହିବ ତେଣୁ ସେ ତା ବାଟ କଲା, ଏବେ ସେ ଖୁସି ମୁଁ ବହୁତ ଖୁସିl ହେଲେ ଲୋକ ସାହିରେ କେତେ କଥା କହୁଛନ୍ତି କିଏ ଦୁଃଖ ପାଇ କହୁଛି କିଏ ଟାପରା କରୁଛି ଶୁଣି ହେଉନିରେ ବିନୁ l ଏ ବିଷୟ ଟା ବୁଝିବାକୁ ଏଠା ଲୋକଙ୍କ ସମୟ ହେଇନି l କିଏ କଣ କହୁ ରାଜେଶ ଖାନା ର ଗୀତ ଶୁଣିନୁ"କୁଛ ତୋ ଲୋଗ କହେଙ୍ଗେ ଲୋଗୋ  କା କାମ ହେ କହନା "
                             
ଅଧ୍ୟାପିକା ସସ୍ମିତା ମିଶ୍ର 
ମହାନଦୀବିହାର ମହିଳା ମହାବିଦ୍ୟାଳୟ କଟକ
ଦୂରଭାଷ     9078579612

0 Comments