"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ସ୍ମୃତିରେ ସାଥୀ - ସଦାନନ୍ଦ ସାହୁ

ସ୍ମୃତିରେ ସାଥୀ - ସଦାନନ୍ଦ ସାହୁ

 ସ୍ମୃ୍ତିରୁ   ବିସ୍ମୃତି ହୋଇନାହିଁ ଛବି 
     ଉଙ୍କିମାରେ  ପ୍ରଶ୍ନବାଚୀ , 
କାହିଁକି କେଜାଣି  ଭୁଲିମୁଁ ପାରିନି 
      କି'ଅବା ସମ୍ବନ୍ଧ  ଅଛି  ! ! 

ବାଲ୍ୟ ଜୀବନର  ଆଦ୍ୟବନ୍ଧୁ ମୋର 
       ମନ ଆକାଶର ପକ୍ଷି  , 
ତିରିଶ ବରଷ    ହେଲାଣି  ବିଗତ 
    ଖୋଜୁଛି ମୋ'ସ୍ଵପ୍ନ ଆଖି   ! ! 

ସମୟ ଚକ୍ରରେ   ହଜିଗଲୁ   ଦୁହେଁ
     ଚପଳ ବୟସେ  ପ୍ରାନ୍ତେ  , 
ମଧ୍ୟ ଇଂଗ୍ରାଜିର ଷଷ୍ଠଶ୍ରେଣୀ କକ୍ଷ 
    ସମ୍ପର୍କର     ଇତିବୃନ୍ତେ   ! ! 

ପରଦେଶୀ ସାଥୀ  ପ୍ରିୟ ସହପାଠୀ 
     ଥିଲା ମୋ'ର ଅନ୍ତରଙ୍ଗ , 
ପ୍ରତି ମୁହୂର୍ତ୍ତରେ   ସମ୍ପର୍କ   କୁହୁକେ 
       ଧ୍ୟାନ  କରୁଥିଲା   ଭଗ୍ନ  ! ! 

ସମ୍ପର୍କ ସମ୍ବନ୍ଧ   କେତେବା ସୁଦୃଢ 
      ବାଳୁତ ବୟସ ଛାପେ , 
ସେ'ଥିଲା ବାଆଁରା  ମୁଁ'ଥିଲି ଆବାରା 
   ପ୍ରେମଭାବ  ଥିଲା ସୁପ୍ତେ ! ! 

 ସମ୍ପର୍କର  ଡୋରି  ଯାଇଥିଲା ଛିଡି 
       ଯାଇଥିଲି   ସଵୁଭୁଲି , 
ବହୁବର୍ଷ ପରେ  ଖୋଜିଲା ସତରେ 
       ସ୍ମୃତିର ଦରଜା ଖୋଲି   ! ! 

ବଦଳି ଯାଇଛି    ଠିକଣା  ହଜିଛି 
       ସ୍ମୃ୍ତି ଏବେ   ବହୁଦୂରେ   , 
କେମିତି  ଖୋଜୁଛୁ   ପୁରୁଣା  ଠିକଣା 
     ସ୍ମୃ୍ତି ତୋ'ର  ଶାଶୁ ଘରେ  ! ! 

ବାଲ୍ୟ ଲୀଳାଖେଳା  ଅପସରିଗଲା 
      ଭୁଲି ଯାଇଛୁକି   ସାଥୀ ?  
ହେ'ବନ୍ଧୁ ସଖା  ହବୁ କେବେ  ଦେଖା 
   ପ୍ରତୀକ୍ଷାରେ  ମୁଁ'ଯେ ଅଛି  ! ! 

ସପତ୍ନୀକେ ତୁ'ଯେ  ଆସିବୁ  ସରାଗେ 
        କରୁଛି ମୁଁ'   ନିମନ୍ତ୍ରଣ , 
ନୂଆ ଠିକଣାରେ ପାଦ ଦେବୁତୁ'ରେ 
      ରହିଲା  ସ୍ମୃ୍ତିର ରାଣ  ! ! 
! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! !
ସଦାନନ୍ଦ ସାହୁ , (କାରା କର୍ମଚାରୀ )
କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର  ! !

0 Comments