ସ୍ମୃତି ମନେ ପଡ଼େ - ସଂଯୁକ୍ତା ରାଉତ

ସ୍ମୃତି ମନେ ପଡ଼େ - ସଂଯୁକ୍ତା ରାଉତ

ହୃଦେ ନିଆଁ ଜାଳି କାହିଁ ଗଲ ଚାଲି
ମନ ଜଳେ ରହି ରହି
ଦେହ ଅଛି ସିନା ଲାଗୁଛି ସେ ଦେହେ
ପରାଣ ଟା ଆଜି ନାହିଁ ୲ ୲

ଭୁଲିବାକୁ ଚାହିଁ ଭୁଲି ମୁଁ ପାରୁନି
ସ୍ମୃତି ମନେ ପଡ଼େ ବେଶୀ
ସ୍ମୃତିର ତାଡନା ସହିବାଟା କଷ୍ଟ
ତନୁ ମନ ହୁଏ ପେଶି ୲ ୲

ଥାଅ ଯେତେ ଦୂରେ ହୃଦୟ କୋଣରେ
ସୁରକ୍ଷିତ ଥିବ ସଦା
ତୁମକୁ ଭୁଲିବା ଏ ଜନମେ ଆଉ
ସମ୍ଭବ ନୁହଁଇ କଦା ୲ ୲

ପ୍ରେମକୁ ତୁମର ପାଥେୟ କରି ମୁଁ
ପ୍ରତୀକ୍ଷାରେ ଥିବି ରହି
ଆର ଜନମକୁ ତୁମକୁ ଲଭିବି
ଏତିକି ସାନ୍ତ୍ଵନା ନେଇ ୲ ୲

ତୁମକୁ ବୁଝିବା ଭୁଲ ହେଲା ଯେଣୁ
କଷ୍ଟ ତ ଭୋଗିବା ସାର
ଏତେ ଦିବା ସ୍ଵପ୍ନ ଆଖିରେ ଭରିକି
କେମିତି କରିଲ ପର ୲ ୲

ପର କଲ ଯଦି ମନରୁ ତୁମର
ହୃଦରୁ କାଢ଼ିକି ଫିଙ୍ଗ
ମୋ ଭଙ୍ଗା ନାବକୁ ଏକା ସମ୍ଭାଳିବି
ଧରି ହୃଦେ ପ୍ରୀତି ମଙ୍ଗ ୲ ୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ
Content Category:
Submission Date: Apr 25, 2019

0 Comments