"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଶୁଭ ଜନ୍ମୋତ୍ସବ - ସଦାନନ୍ଦ ସାହୁ

ଶୁଭ ଜନ୍ମୋତ୍ସବ - ସଦାନନ୍ଦ ସାହୁ

 ହେ'ଭାଗ୍ୟ ବିଧାତା ତୁମ୍ଭରି ସଦିଚ୍ଛା 
     ଜନ୍ମି ଥିଲି ଶୁଭ ଦିନେ , 
ମହା ବିଷୁବର   ଏ'ଶୁଭ  ଅବସର 
     ଉଦ୍ଭାସିତ ମୋ'ର ମନେ   ! ! 

ସୌଭାଗ୍ୟ ବିଜୟ  ତୁମ୍ଭରି ସ୍ଵୀକୃତ 
      ଦିଅହେ '  ଆଶିଷ ପ୍ରଭୁ ,
ମୁଁ 'ତୁମ ରଞ୍ଜନ     ପ୍ରୀତିର ଅଞ୍ଜନ 
      ସାଉଁଟିବି  ସୁଖ  ସଵୁ  ! ! 

ପିଲା ପରିବାର ମୋ' ସୁଖ ସଂସାର 
       କାଞ୍ଚନ ମୋ' ଧର୍ମପତ୍ନୀ  , 
କୁଳର ଗାରିମା ମୋ' ପ୍ରିତୀ ଚନ୍ଦ୍ରମା 
     ଦୁଃଖସୁଖ    ବିଳାସିନୀ   ! ! 

ଦୀପ୍ତିମୟୀ ରେଶ୍ମା ମୋ'ର ସୁନା କନ୍ୟା 
         ବବୁଲ ରତନ ଧନ , 
ଟିକିବସା ମୋ'ର     ହସୁଛି ସର୍ଵଦା
        ସୁଝି ପାରିବିନି  ଋଣ  ! ! 

ମାଆ ମାହେଶ୍ବରୀ  ଆଶା ଅସୁମାରୀ 
        ସଦୟ  ହୋଇବ ସଦା , 
କର୍ମ ଜଞ୍ଜାଳରେ  ଅଛି ମୁଁ' ସଂସାରେ 
      ସମର୍ପୁଛି      ସ୍ନେହଁ ଶ୍ରଦ୍ଧା    ! ! 

ହେ'ମାଆ  ହିଙ୍ଗୁଳା  କରୁଛି  ପ୍ରାର୍ଥନା 
        କର୍ମକ୍ଷେତ୍ର  ଅଧିଷ୍ଠିତା 
ସର୍ବ କୁଶଳରେ ଅଛିତୋ' କ୍ଷେତ୍ରରେ 
      ସହାୟ ହୋଇବୁ  ମାତା  ! !

ଛୟାଳିଶତମ   ଏ' ଶୁଭ ଜନ୍ମ ଦିନ 
        ପାଳୁଛି ଉଲ୍ଲାସେ  ଆଜି   , 
ପବିତ୍ର ଦିବସେ    ଶୁଭ ଅବକାଶେ 
      ଖୋଲିଛିତ  ନୂଆ ପାଞ୍ଜି  ! ! 

ସୁଖ ସମୃଦ୍ଧିର      ଏ'ନୂଆ  ବରଷ 
      ଉତ୍କଳୀମା'     ବିମଣ୍ଡିତ  , 
ପ୍ରଭୁ ହନୁମାନ     ପ୍ରଭୁ ଦାମୋଦର 
        ଧରାବତରଣ    ମିତ  ! ! 

ଏମିତି  ସୌଭାଗ୍ୟ  ପାଇଛି ନିଶ୍ଚୟ 
     ଜନ୍ମିଥିଲି      ବିଷୁବରେ  , 
ସ୍ମୃତିର     ସ୍ମରଣ   ଝଟକୁଛି   ପୁଣ 
    ମାଆ ମୋ'ର  ସରଗରେ  ! !  
  
ଜଗତର ନାଥ ହୁଅ ହେ' ସଦୟ 
      ତୁମ୍ଭରି ଆଶ୍ରିତ  ଆମ୍ଭେ , 
ଛତ୍ରଛାୟା ତଳେ  ରଖିଥା କୁଶଳେ 
     ଢାଳୁଛୁ  ପ୍ରଣତୀ   ସର୍ବେ   ! ! 
- - - - - - - - - - - - - - - - - - - - - 
ସଦାନନ୍ଦ ସାହୁ , ଚୌଦ୍ଵାର , କଟକ  ! !( ଜଣେ ପାଠକ ଙ୍କର ଜନ୍ମ ଦିବସ ଉପଲକ୍ଷେ ଲେଖିଛି )🌹💐✍💐

0 Comments