OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଶୋଭାର ଆସର - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ଶୋଭାର ଆସର - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ତୋ ଆଖି କଥାକହେ , ମହକ ଭରା ଭାଷାରେ,
ସବୁ ନିଶା ତୋ ଆଖିରେ , ଅପୂର୍ବ ଚାହାଣି ରେ ।
ଢ଼ଳଢ଼ଳ କମଳ ନୟନ ,ଜିଣିନିଏ ମନପ୍ରାଣ ,
ସବୁ ଆୟୁ ସରିଯିବ ଭରିବନି ଲୋଭମନ ।।୧।।
ବାସ୍ନା ଭରା ଓଠତୋର ନିଆରା ଗୋଲପିର,
ଫୁଲର ପାଖୁଡ଼ାରେ ଯେଣେ ଅମୃତର ସର ।
ଅଃ।ହାକି ସୁନ୍ଦର ମଧୁ ଆଉ ମଧୁ ଭରପୁର ,
ଚୁମିଯିବ ଓଠ ତୋର ଭ୍ରମରେ ଭଅଁର ।।୨।।
ପଦ୍ମରଙ୍ଗ ଭରା ଆଉ ଗୋରା ଗୋରା ଗାଲ,
ଭଉଁରୀ ର ଖେଳ ଲାଗେ ବଡ଼ ମତୁଆଲ ।
ରସଭରା ଲାଗେ ଯେଣେ ମିଠା ମିଠା ଫଳ,
ଚୁମିବାକୁ ଇଚ୍ଛା ହୁ୍ଏ ଭରି ମନପ୍ରାଣ ।।୩।।
ମାୟା ମୋହ ଲୋଭ ଭରା ତୋ ଚେହେରା,
ଗୋଟିଏ ଚାଉଳେ ଗଢା ସ୍ବର୍ଗ ଅପସରା।
ଲୋଭ ଭରେ ମନ ଝୁରେ ତୋର ହସରେ ,
ଚୁମିବାକୁ ଇଛା ହୁଏ ଧିରେ ତୋ ମଥାରେ ।।୪।।
ସୁନାନାକି ଖଣ୍ଡାଧାର ଥୋଡିତୋର ଫୁଲପ୍ରାୟ,
ସୁସଜ୍ଜିତ ସୁକୋମଳ ଅପରୂପା ଦେବୀପ୍ରାୟ ।
ଆଖିର ଭ୍ରୁଲତା ମୋହିନୀ ଅବା ଚନ୍ଦ୍ରକଳା,
ଦିବ୍ୟ କାରୁକାର୍ଯ୍ୟ ଭରା ଅତି ମନୋହରା ।।୫।।
କେରାକେରା କେଶ ଭାଙ୍ଗେ ଲହଡ଼ି ବଦନରେ,
ସାତ ସମୁଦ୍ରର ଢେଉ ସତେ ତୋର କେଶରେ ।
ଗନ୍ଧର୍ବ ବା ଦୈବୀ କନ୍ୟା ଯେଣେ ତୋ ଆଭାରେ ,
ସବୁ ପ୍ରାସ ଭାରାକ୍ରାନ୍ତ ଭୁଲିଯାଏ ତୋ ହସରେ ।।୬।।
ଗୋରା ଦେହ ମନଲୋଭା ରଙ୍ଗ ଭରା ହଳଦୀର ,
ଅଙ୍ଗ ଅଙ୍ଗ ଭରା ଶୁଭ ଶୋଭାର ଆସର ।
ପରି ନା ଅପସରି ତୁ ଅବା ତାଜମହଲ,
ତୋ ଶୋଭାର କଳ୍ପନା ପାଇଁ ନାହିଁ ଶବ୍ଦର ଭଣ୍ଡାର ।।୭।।

Writer's Details: Purna Chandra Bhuyan
Berhampur( Ganjam)
Content Category:
Submission Date: Apr 05, 2019

0 Comments