ଶିଖିବା ଆପଣା ଛାଏଁ - କୌଶିକ କୁମାର ହୋତା

ଶିଖିବା ଆପଣା ଛାଏଁ - କୌଶିକ କୁମାର ହୋତା

ପିମ୍ପୁଡିର ଠାରୁ ଶିଖିବାରେ ଆମେ 
ଦଳରେ ରହିବା ଗୁଣ,
ଚାଲିବାର ଗୁଣ ଶିଖିବା ତାଠାରୁ
ଜୀବନେ ବରିବା ପଣ ll
ମହୁମାଛି ଠାରୁ ଶିଖିବା ସଞ୍ଚୟ
ଝଡଝଞ୍ଜା ଆସୁ ଯେତେ,
ଗଛଠୁଁ ଶିଖିବା ଦାନଶୀଳଗୁଣ
ମହତ ପଣ ଜଗତେ ll ବସୁଧା ପାଖରୁ ସର୍ବସହା ଗୁଣ
ଶିଖିବାରେ ଆମେ ମାନେ,
ଜୀବନ ଗଠନ ଗୁଣଟି ଶିଖିବା
ନୀତିଶାସ୍ତ୍ର ଅଧ୍ୟୟନେ ll
ଇଶ୍ୱର କରୁଣା ପାଇବା ଶିଖିବା
ଗୁରୁ କଲେ ସୁକଲ୍ୟାଣ,
ଭଲକୁ ଗ୍ରହଣ କରିବା ଶିଖିବା
ହଂସଠାରୁ ସଦା ଜାଣ ll
ଛୋଟ ହେଲେବି ସେ ମହତ ଗୁଣର
ଅଧିକାରୀ ଯେବେ ହୁଏ,
ଭଲକୁ ଆଦରି, ତାକୁ ଅନୁସରି
ଶିଖିବା ଆପଣା ଛାଏଁ ll

Writer's Details: କୌଶିକ କୁମାର ହୋତା, ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ l
Content Category:
Submission Date: Apr 07, 2019

0 Comments