ନୀଳସିନ୍ଧୁ ତୀରେ ଜାଗା କାଳିଆ ମୋ ତିନି ଜଗତର ନାଥ 
ଡାକି ତାରେ ଯହିଁ ଉଡାଇ ତାହାର ପତିତପାବନ ନେତ,
ଚାରୁ ଶିଳ୍ପକଳା ଶିଳା ନଇପୁଣ୍ୟେ କୋଣାରକ ଯହିଁ ରାଜେ
ତାରକସି କାମ ହସ୍ତ କାରିଗରୀ ପିପିଲି ଚାନ୍ଦୁଆ ସାଜେ ,
ଭକ୍ତ ସାଲବେଗ, ଦାସିଆ ବାଉରୀ, ଭୀମଭୋଇ, ଜୟଦେବ
କବି ଗୋପବନ୍ଧୁ, ଫକୀର ମୋହନ, ଗଙ୍ଗାଧର, ବଳଦେବ,
ଜାହାନିଆଁ ପୁଣି ଚନ୍ଦ୍ରଭାଗା ଆଉ ଚାନ୍ଦିପୁର ବେଳା ଭୂଇଁ
ମରାଳ ମାଳିନୀ ନୀଳାମ୍ବୁ ଚିଲିକା ସୁଷମାର ରାଜି ଯହିଁ ,
ଛାଡ଼, ନୂଆଖାଇ, ରଜ, ସାବିତ୍ରୀ ଓ ରଥ ବାହୁଡାକୁ ନେଇ
ବାରମାସେ ତେର ଓଷାର ସମ୍ଭାର ଉକୁଟି ଉଠଇ ଯହିଁ ,
ଭାଗବତ ଟୁଙ୍ଗି ଟୁଙ୍ଗୀ ଖଞ୍ଜଣୀ ଭଜନେ ଯହିଁ ଆସେ ସଞ୍ଜ ନଇଁ
ଉତ୍କର୍ଷ କଳାର ଅପୂର୍ବ ସମ୍ଭାର ସେଇ ମୋ ଉତ୍କଳ ଭୂଇଁ।।

Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019